Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୬୦୦ ଯୁଦ୍ଧ ଜାହାଜ, ୩୦୦ ଟ୍ୟାଙ୍କ ଓ ୩ ଲକ୍ଷ ସୈନିକ, ଗାଜା ଉପରେ ନିର୍ଣ୍ଣାୟକ ହମଲା ପାଇଁ ଇସ୍ରାଏଲର ପ୍ରସ୍ତୁତି

ତେଲ ଅଭିଭ: ଇସ୍ରାଏଲ ଗାଜ ପଟ୍ଟିକୁ ସଂପୂର୍ଣ୍ଣ ଅକ୍ତିକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ବିପୁଳ ମାତ୍ରାରେ ସୈନିକଙ୍କ ସହିତ ଇସ୍ରାଏଲ ଗାଜା ସଂଲଗ୍ନ ସୀମାରେ ଟ୍ୟାଙ୍କ ମୁତୟନ କରିଛି। ଇସ୍ରାଏଲ ସେନା କହିଛି, ଆଗାମୀ ଦିନରେ ଗାଜା ସହରରେ ନିର୍ଣ୍ଣାୟକ ଲଢେଇ ଲଢାଯିବ। ଏଥିପାଇଁ ଗାଜାର ସମସ୍ତ ନାଗରିକଙ୍କୁ ସଂପୂର୍ଣ୍ଣ ସହର ଖାଲି କରିବାକୁ କୁହାଯାଇଛି। ଅନୁମାନ କରାଯାଉଛି ଇସ୍ରାଏଲ କୌଣସି ବି ସମୟରେ ଗାଜା ଉପରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ। ଇସ୍ରାଏଲ ହମାସ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଜର ସବୁଠୁ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି। ଅନ୍ୟପଟେ ହମାସର ଆକ୍ରମଣରେ ଏବେ ସୁଦ୍ଧା ୧୨୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ଘଟି ସାରିଛି।

ଇସ୍ରାଏଲ ପାଖରେ ବର୍ତ୍ତମାନ ୧,୭୩,୦୦୦ ସୈନିକ ଅଛନ୍ତି। ଏଥିରୁ ୮୦୦୦ ଏଲିଟ୍ ଫାଇଟର। ଇସ୍ରାଏଲ ନିଜର ୬୦୦ ଲଢୁଆ ଜାହାଜ ପ୍ରସ୍ତୁତ କରି ରଖିଛି। ଏହା ବ୍ୟତୀତ ୩୦୦ ଟ୍ୟାଙ୍କ ଓ ରକେଟ୍ ଲଞ୍ଚର ମଧ୍ୟ ଗାଜା ଆଡ଼କୁ ମାଡ଼ି ଚାଲିଛନ୍ତି। ଏହା ବ୍ୟତୀତ ୩ ଲକ୍ଷ ସୈନିକଙ୍କୁ ରିଜର୍ଭରେ ରଖାଯାଇଛି। ଏମାନେ ସମସ୍ତେ ଗାଜା ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛନ୍ତି।

ଇସ୍ରାଏଲ ସେନା ଗାଜାପଟ୍ଟିରେ ଲଗାତାର ହମଲା ପାଇଁ ପୂର୍ବରୁ ୬୦୦ ବିମାନ ଓ ୩୦୦ ରକେଟ୍ ଲଞ୍ଚର ମୁତୟନ କରି ରଖିଛି। ଏହି ବିମାନ ଆକ୍ରମଣ ଓ ତୋପଖାନାରେ ହମାସ ସମ୍ବନ୍ଧିତ ହଜାର ସଂଖ୍ୟକ ଲକ୍ଷ୍ୟକୁ ନଷ୍ଟ କରି ଦେଇଛି। ଏହି ଆକ୍ରମଣରେ ହଜାର ସଂଖ୍ୟକ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା ଗାଜାର ୧୧ ଲକ୍ଷ ଲୋକଙ୍କୁ ୨୪ ଘଣ୍ଟା ଭିତରେ ସେଠାରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଛି। ମିଳିତ ଜାତିସଂଘର ମୁଖପାତ୍ର ଷ୍ଟିଫେନ ଦୁଜାରିକ ଏହି ସୂଚନା ଦେଇଛନ୍ତି।