କଳାହାଣ୍ଡି,୧୩/୧୦-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଓ ଭବାନୀପାଟଣା ପୌର ପରିଷଦର ମିଳିତ ଆନୁକୂଲ୍ୟରେ ମାଣିକେଶ୍ବରୀଙ୍କ ଛତରଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏକ ବୈଠକ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ଯୋଗ ଦେଇଥିଲେ ! ଟାଉନ ଥାନା ଅଧିକାରୀ ଯଶୋବନ୍ତ କୁମାର ହିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌରପାଳିକାର ସମସ୍ତ ପାରିଷଦ ବୃନ୍ଦ,ବିଭିନ୍ନ ସାଂସ୍କୃତିକ କମିଟିର ସଦସ୍ୟ ଓ ବହୁସଂଖ୍ୟକ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଓ ସଚେତନ ନାଗରିକ ଗଣ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l