କଳାହାଣ୍ଡି,୧୪/୧୦-ନବଗଠିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ସ୍ବର୍ଣ୍ଣଚମ୍ପା ମାଝୀ ! ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ! କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଖଲିଆଭଟା ନିବାସୀ ସ୍ବର୍ଣ୍ଣଚମ୍ପା ଜଣେ ଆଗଧାଡ଼ିର ମହିଳା ନେତ୍ରୀ ଅଟନ୍ତି ! ତାଙ୍କ ନିଯୁକ୍ତି ସଂପର୍କରେ ଘୋଷଣା ହେବା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି ! ସୂଚନାଯୋଗ୍ୟ, କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବା ପରେ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ସହିତ ଦାୟିତ୍ବ ଗ୍ରହଣ କରିସାରିଛନ୍ତି ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀ ! ଦାୟିତ୍ବ ଗ୍ରହଣ ପରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି !