Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲୀ ଆକ୍ରମଣରେ ହମାସର ଏୟାରଫୋର୍ସର ମୁଖ୍ୟ ନିହତ

ନୂଆଦିଲ୍ଲୀ: ହମାସର ଆକ୍ରମଣ ପରେ ପ୍ରତିଜବାବରେ ଇସ୍ରାଏଲ ଗାଜା ପଟ୍ଟି ଉପରେ ଘନ ଘନ ଆକ୍ରମଣ ଜାରି ରହିଛି। ଗତରାତିରେ ବି ଇସ୍ରାଏଲ ଖୁବ୍ ବୋମା ବର୍ଷଣ କରିଛି। ଏହି ଆକ୍ରମଣରେ ହମାସ ଆତଙ୍କବାଦୀ ଗ୍ରୁପର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଛନ୍ତି। ଦ ଟାଇମ୍ସ ଅଫ ଇସ୍ରାଏଲର ରିପୋର୍ଟରେ ଏହି ଦାବି କରାଯାଇଛି। ଇଜରାଇସ ସେନା ସୂତରରୁ ପ୍ରକାଶ ଯେ, ଆକାଶ ମାର୍ଗରୁ ଆକ୍ରମଣରେ ହମାସର ଏୟାରଫୋର୍ସ ଓ୍ଵିଙ୍ଗର ପ୍ରମୁଖ ଅବୁ ମୁରାଦର ମୃତ୍ୟୁ ଘଟିଛି। ଇସ୍ରାଏଲୀ ଏୟାରଫୋର୍ସ ହମାସର ଏକ ମୁଖ୍ୟାଳୟକୁ ଟାର୍ଗେଟ୍ କରିଥିଲା।

ଅବୁ ମୁରାଦ ଗତ ସପ୍ତାହ ନରସଂହାର ସମୟରେ ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ବଡ଼ ଭୂମିକା ଗ୍ରହଣ କରିଥିଲା। ମୁରାଦର ଯୋଜନା ହିସାବରେ ହ୍ୟାଙ୍ଗ ଗ୍ଲାଇଡର ସାହାରେ ହମାସର ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଇସ୍ରାଏଲର ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ ଇସ୍ରାଏଲର ପ୍ରତି ଆକ୍ରମଣରେ ସ୍ଥିତି ଭୟାବହ ହୋଇଛି।

ଏହା ମଧ୍ୟରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସ କହିଛନ୍ତି, ଇଜ୍ରାଏଲର ସେନା ଉତ୍ତର ଗାଜାରେ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ୨୪ ଘଣ୍ଟା ଭିତରେ ଖାଲି କରିବାକୁ ଚେତାବନୀ ଦେବା ଅତ୍ୟଧିକ ବିପଦଜ୍ଜନକ ଏବଂ ଏହା ସମ୍ଭବ ନୁହେଁ। ସେ କହିଛନ୍ତି ଯୁଦ୍ଧରେ କିଛି ନିୟମ ରହିଛି। କିନ୍ତୁ ଏତେ ଅଳ୍ପ ସମୟରେ ଏତେ ସଂଖ୍ୟାରେ ଲୋକଙ୍କ ସ୍ଥାନାନ୍ତର ସମ୍ଭବ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ