Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁ ଚର୍ଚ୍ଚିତ ନିଠାରୀ କାଣ୍ଡରେ ସୁରେନ୍ଦ୍ର କୋଲି ଓ ମନିନ୍ଦର ସିଂ ପଣ୍ଢେର ମୁକ୍ତ, ଫାଶି ଦଣ୍ଡାଦେଶ ରଦ୍ଦ

ପ୍ରୟାଗରାଜ: ପ୍ରାୟ ୧୭ ବର୍ଷ ପୂର୍ବେ ଦେଶ ଓ ଦୁନିଆକୁ ଦୋହଲାଇ ଦେଇଥିବା ବହୁଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲି ଓ ମନିନ୍ଦର ସିଂ ପଣ୍ଢେରଙ୍କୁ ସୋମବାର ବଡ଼ ଆଶ୍ଵସ୍ତି ମିଳିଛି। ଆହ୍ଲାବାଦ ହାଇକୋର୍ଟ କୋଲି ଓ ପଣ୍ଢେରଙ୍କୁ ଦୋଷ ମୁକ୍ତ କରି ସେମାନଙ୍କ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ହାଇକୋର୍ଟ ଗାଜିଆବାଦର ସିବିଆଇ କୋର୍ଟ ଦ୍ଵାରା ଶୁଣା ଯାଇଥିବା ଫାଶି ଦଣ୍ଡକୁ ରଦ୍ଦ କରିଛନ୍ତି।

ମନିନ୍ଦର ସିଂ ପଣ୍ଢେରଙ୍କ ଓକିଲଙ୍କ ଅନୁଯାୟୀ, ସୁରେନ୍ଦ୍ର କୋଲିଙ୍କୁ ୧୪ଟି ମାମଲାରେ ଓ ମନିନ୍ଦର ସିଂ ପଣ୍ଢେରଙ୍କୁ ଦୁଇଟି ମାମଲାରେ ଟ୍ରାଏଲ କୋର୍ଟ ଫାଶି ଦଣ୍ଡାଦେଶ ଶୁଣାଇଥିଲେ। ଏହା ପରେ ଦୁଇ ଅଭିଯୁକ୍ତ ମୃତ୍ୟୁ ଦଣ୍ଡାଦେଶକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଏହାର ଶୁଣାଣି ବେଳେ କହିଥିଲେ ଯେ, ଏହି ଘଟଣାରେ ଜଣେ ହେଲେ ସାକ୍ଷୀ ନାହାନ୍ତି। କେବଳ ବୈଜ୍ଞାନିକ ଓ ପରିସ୍ଥିତିଜନକ ସାକ୍ଷୀ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଫାଶି ସଜା ଶୁଣା ଯାଇଛି। ହାଇକୋର୍ଟରେ ମଧ୍ୟ ଦୀର୍ଘ ସମୟ ଧରି ଶୁଣାଣି ଚାଲିଥିଲା।

ଶେଷରେ ସୋମବାର ଉଚ୍ଚ ନ୍ୟାୟାଳୟ ସୁରେନ୍ଦ୍ର କୋଲି ଓ ପଣ୍ଢେରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ମୁକ୍ତ କରିଛନ୍ତି। ଏହା ସହିତ ମିଳିଥିବା ଫାଶି ଦଣ୍ଡକୁ ରଦ୍ଦ କରିଛନ୍ତି। ଜଷ୍ଟିସ ଅଶ୍ଵିନ କୁମାର ମିଶ୍ର ଓ ଜଷ୍ଟିସ ଏସଏ ହୁସେନ ରିଜଭିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ