Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଭବାନୀପାଟଣା ରକ୍ତଭଣ୍ଡାରରେ ରକ୍ତଦାନ ଶିବିର

କଳାହାଣ୍ଡି,୧୬/୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ ଅବସରରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଇ ଶିବିରରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,ଅନାମ ନାଏକ, ବିଜେଡି ଜିଲ୍ଲା ଉପସଭାପତି ପ୍ରଦୀପ ମୁଣ୍ଡ,ସାରଦାପ୍ରସନ୍ନ ସ୍ବାଇଁ, ଅଶେଶ୍ୱର ବାଗ, ସାମନ୍ତ ଖମାରୀ, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ,ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ରବି ପଟ୍ଟନାୟକ,ମୁନିସିପାଲିଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ମହିଳା ଉପ ସଭାନେତ୍ରୀ ପ୍ରିୟଦର୍ଶିନୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପଲତା ନାଏକ, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଜିଲ୍ଲା ସମ୍ପାଦକ ସେନାପତି ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଶତପଥୀ, ବରିଷ୍ଠ ସଦସ୍ୟ ପ୍ରଦୀପ ପ୍ରଧାନ, ସମାଜସେଵୀ ଶିବରାମ ପାତ୍ର, ଜିଲ୍ଲା ଯୁବ ସମ୍ପାଦକ ଆଶୁତୋଷ ପୁରୋହିତ, ପୂର୍ବତନ WODC ସଦସ୍ୟ ମାଣିକ୍ୟଚନ୍ଦ୍ର ନାଏକ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ ଯାଦବ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଲବଣୀଧର ମହାନନ୍ଦ, ଲାଞ୍ଜିଗଡ ବ୍ଲକ ଯୁବ ଉପସଭାପତି ନରେନ୍ଦ୍ର ରାଉତ, ଯୁବନେତା ଶୁଭମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ