Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲାର ଛେଳିଗଡ ଜଳ ପ୍ରକଳ୍ପକୁ ବିରୋଧ କରି ବିସ୍ଥାପିତଙ୍କ ମହାମେଳି

ପାରଳାଖେମୁଣ୍ଡି:୧୯/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଳିଗଡରେ ହେବାକୁଥିବା ଜଳ ପ୍ରକଳ୍ପକୁ ବିରୋଧ କରି ବୁଡି ଅଞ୍ଚଳର ବିସ୍ଥାପିତଙ୍କ ଓ ସଂଗ୍ରାମ ମଞ୍ଚ ତରଫରୁ ଏକ ମହାମେଳି ଚଡିଆପଦାରେ ଅନୁଷ୍ଠିତ ହୋଇଥିଲା । ଏହି ମେଳିରେ ୨୪ ଖଣ୍ଡ ଗ୍ରାମର ବୁଡି ଅଞ୍ଚଳବାସୀ ଓ ଆଂଶିକ ବୁଡି ଅଞ୍ଚଳର ଶତାଧିକ ପୁରୁଷ ମହିଳା ଯୋଗଦେଇ ନିଜର ସମସ୍ୟା ଓ ଏହାର କିପରି ସମାଧାନ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ବିସ୍ଥାପିତଙ୍କୁ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ମାନେ ଦେଇଥିବା ପ୍ରତିଶୃତି କେବଳ ପ୍ରତିଶୃତିରେ ସୀମିତ ରହିଛି । ଏପରିକି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇ ଲୋକଙ୍କୁ ଦସ୍ତଖତ କରି ସେମାନଙ୍କ ସମସ୍ତ ଜମି ହାତେଇଥିବା ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି ।ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବୁଡି ଅଞ୍ଚଳବାସୀ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି ବହୁବାର ଜିଲ୍ଲାପାଳଙ୍କୁ ସଂଗ୍ରାମ ସମିତିର ସଦସ୍ୟଙ୍କୁ ଡାକି ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସଂଗ୍ରାମ ସମିତିର ସଦସ୍ୟାମାନେ ଅଭିଯୋଗ କରିଛନ୍ତି । ବିସ୍ଥାପିତଙ୍କୁ ସ୍ମାର୍ଟ କଲୋନୀ, ଘରପଟା ଓ ଜାଗା ଦେଇଥିବା କୁହାଯାଉଛି କିନ୍ତୁ ତାହା ବିଳମ୍ବତ ହେଉଥିବା ନେଇ ବିସ୍ଥାପିତ ପରିବାର ଅଭିଯୋଗ କରିଛନ୍ତି ଏଭଳି ସ୍ଥିତିରେ କିଛି କୁଜି ନେତା ସକ୍ରୀୟ ହୋଇ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି ବିସ୍ଥାପିତଙ୍କ ସମସ୍ୟାରେ କୌଣସି ପରିବର୍ତନ ହେଉନି ଏହାର ଅତିଶୀଘ୍ର ଏହି ସମସ୍ତ ସମସ୍ୟା ସମାଧାନ ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଯଦି କର୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ତାହା ହେଲେ ଏକ ବଡଧରଣର ସଂଗ୍ରାମ ଓ ଆନ୍ଦୋଳନ ହେବ ବୋଲି ବିସ୍ଥାପିତ ସଂଗ୍ରାମ ସମତିର ସଭପତି ଚୈତନ୍ୟ ସାହୁ,ଉପସଭାପତି ଦିବାକର ରଣସିଂ ନାୟକ, ସମ୍ପାଦକ ଈଶ୍ବର ରଇତ, ଉପ ସମ୍ପାଦକ ଦଳେଇ, ଉପ ଦେଷ୍ଟା ରାମଚନ୍ଦ୍ର ରଣସିଂ ନାୟକ ମୂଖ୍ୟ ପର୍ବତନ ସଭପତି ଗଉର୍ବଧ ନାୟକଙ୍କ ନେତୃତ୍ବରେ ଆଲୋଚନା ହୋଇଥିଲା । ସେମାନେ ଆହୁରି କହିଛନ୍ତି ଯଦି ଏହାର କୌଣସି ସମାଧାନ ନ ହୁଏ ତାହାହେଲେ ସଂଗ୍ରାମ ସମିତି ଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି ।

More Stories