Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିଜିଲ୍ଲାରସଦରମହକୁମା ପାରଳାଖେମୁଣ୍ଡି ଠାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି. ମାଲକାନଗିରି ପରେ ଆଜି ଗଜପତି ଜିଲ୍ଲା ପାଇଁ ଲକ୍ଷ୍ମୀ ବସ ସେବା ଭିଡିଓ କନଫେରେନ୍ସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.ଏହି ଅବସରରେ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଅନେକ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବେଶ ପରିଚିତ ଓଡିଶା ସ୍ୱାସ୍ଥ୍ୟ, ଶିକ୍ଷା, ନାରୀ ସଶକ୍ତିକରଣ, କୃଷି, ଜଳ ସେଚନ, ଖାଦ୍ୟ ଆଦି ଅନେକ କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିସାରିଛି. ଏବେ ଏହା ସହିତ ଯୋଡି ହେଉଛି ନୂଆ ଏକ ଐତିହାସିକ ପଦକ୍ଷେପ. ଆମ ସରକାର ଆମ ଜୀବନ ସହ ଯୋଡୁଛନ୍ତି ଏକ ଉତ୍ତମ ସାଧକ ଯାହା ଆମ ଜୀବନର ଗତିପଥକୁ ବଦଳେଇ ଦେବ. ଆଉ ବଢ଼େଇବ ଜୀବନ ଧାରଣାର ମାନ. ଏହାଦ୍ୱାରା ସମୃଦ୍ଧିର ଶୀର୍ଷକ ଛୁଇଁବ ଆମ ଓଡିଶା. ତାହା ହେଉଛି ଲକ୍ଷ୍ମୀ ଯୋଜନା. ଲକ୍ଷ୍ମୀ ମାଧ୍ୟମରେ ରାଜ୍ୟର ଦୁର୍ଗମ ଅପହଞ୍ଚ ଅଞ୍ଚଳ ସହିତ ସମଗ୍ର ଓଡିଶାବାସୀ ପାଇବେ ଅନ୍ତର୍ଜାତିକ ବସ ସେବା. ଏହା କେବଳ ଲୋକଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ ତାହା ନୁହେଁ ଓଡିଶାବାସୀଙ୍କ ଜୀବନରେ ଭରି ଦେବ ସ୍ୱତନ୍ତ୍ରତା, ପ୍ରଗତି, ଆର୍ଥୀକ ଉନ୍ନତି ଓ ଭରିଦେବ ସମୃଦ୍ଧିର ଉତ୍ସ. ଓଡିଶାର ଗ୍ରାମାଞ୍ଚଳକୁ ଏବେ ସହରାଞ୍ଚଳ ସହ ଯୋଡିବ ଲକ୍ଷ୍ମୀ ଯୋଜନା. ସବୁଠୁ ବଡ଼ କଥା ସାଧାରଣ ଲୋକଙ୍କ କଥାକୁ ମନରେ ରଖି ଆମ ରାଜ୍ୟ ସରକାର ବସ ଭଡାକୁ ସୁଲଭ ମୂଲ୍ୟରେ ପରିଚାଳନା କରିଛନ୍ତି. ଲକ୍ଷ୍ମୀ ବସର ପରିଚାଳନାକୁ ଅଧିକ ଉନ୍ନତ ଓ ସର୍ବଶ୍ରେଷ୍ଠ କରିବା ପାଇଁ ଜିଲ୍ଲା ଗୁଡିକର ବରିଷ୍ଠ କର୍ମଚାରୀଗୁଡିକୁ ଭାରତର ଅନ୍ୟତମ ଟ୍ରାଫିକ ତାଲିମ ଅନୁଷ୍ଠାନରେ କରାଯାଇଛି ପ୍ରଶିକ୍ଷକ. ଏବେ ଗାଁର ଗମନାଗମନ ହେବ ଆହୁରି ସୁଗମ ହୋଇପାରିଛି. ଆଜିର ଏହି ଉଦଘାଟନୀ ଉତ୍ସବ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମୀ ବସ ଯୋଜନା ଏକ ଦୁଗାନ୍ତକରି ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳା ବିଧାୟକ କେ. ନାରାୟଣ ରାଓ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଏସଡିସି ଅଧକ୍ଷା ମରିୟମ ରଇତ ପ୍ରମୁଖ ଯୋଗ ଦେଇଥିଲେ.

ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି. ମାଲକାନଗିରି ପରେ ଆଜି ଗଜପତି ଜିଲ୍ଲା ପାଇଁ ଲକ୍ଷ୍ମୀ ବସ ସେବା ଭିଡିଓ କନଫେରେନ୍ସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.ଏହି ଅବସରରେ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଅନେକ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବେଶ ପରିଚିତ ଓଡିଶା ସ୍ୱାସ୍ଥ୍ୟ, ଶିକ୍ଷା, ନାରୀ ସଶକ୍ତିକରଣ, କୃଷି, ଜଳ ସେଚନ, ଖାଦ୍ୟ ଆଦି ଅନେକ କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିସାରିଛି. ଏବେ ଏହା ସହିତ ଯୋଡି ହେଉଛି ନୂଆ ଏକ ଐତିହାସିକ ପଦକ୍ଷେପ. ଆମ ସରକାର ଆମ ଜୀବନ ସହ ଯୋଡୁଛନ୍ତି ଏକ ଉତ୍ତମ ସାଧକ ଯାହା ଆମ ଜୀବନର ଗତିପଥକୁ ବଦଳେଇ ଦେବ. ଆଉ ବଢ଼େଇବ ଜୀବନ ଧାରଣାର ମାନ. ଏହାଦ୍ୱାରା ସମୃଦ୍ଧିର ଶୀର୍ଷକ ଛୁଇଁବ ଆମ ଓଡିଶା. ତାହା ହେଉଛି ଲକ୍ଷ୍ମୀ ଯୋଜନା. ଲକ୍ଷ୍ମୀ ମାଧ୍ୟମରେ ରାଜ୍ୟର ଦୁର୍ଗମ ଅପହଞ୍ଚ ଅଞ୍ଚଳ ସହିତ ସମଗ୍ର ଓଡିଶାବାସୀ ପାଇବେ ଅନ୍ତର୍ଜାତିକ ବସ ସେବା. ଏହା କେବଳ ଲୋକଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ ତାହା ନୁହେଁ ଓଡିଶାବାସୀଙ୍କ ଜୀବନରେ ଭରି ଦେବ ସ୍ୱତନ୍ତ୍ରତା, ପ୍ରଗତି, ଆର୍ଥୀକ ଉନ୍ନତି ଓ ଭରିଦେବ ସମୃଦ୍ଧିର ଉତ୍ସ. ଓଡିଶାର ଗ୍ରାମାଞ୍ଚଳକୁ ଏବେ ସହରାଞ୍ଚଳ ସହ ଯୋଡିବ ଲକ୍ଷ୍ମୀ ଯୋଜନା. ସବୁଠୁ ବଡ଼ କଥା ସାଧାରଣ ଲୋକଙ୍କ କଥାକୁ ମନରେ ରଖି ଆମ ରାଜ୍ୟ ସରକାର ବସ ଭଡାକୁ ସୁଲଭ ମୂଲ୍ୟରେ ପରିଚାଳନା କରିଛନ୍ତି. ଲକ୍ଷ୍ମୀ ବସର ପରିଚାଳନାକୁ ଅଧିକ ଉନ୍ନତ ଓ ସର୍ବଶ୍ରେଷ୍ଠ କରିବା ପାଇଁ ଜିଲ୍ଲା ଗୁଡିକର ବରିଷ୍ଠ କର୍ମଚାରୀଗୁଡିକୁ ଭାରତର ଅନ୍ୟତମ ଟ୍ରାଫିକ ତାଲିମ ଅନୁଷ୍ଠାନରେ କରାଯାଇଛି ପ୍ରଶିକ୍ଷକ. ଏବେ ଗାଁର ଗମନାଗମନ ହେବ ଆହୁରି ସୁଗମ ହୋଇପାରିଛି. ଆଜିର ଏହି ଉଦଘାଟନୀ ଉତ୍ସବ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମୀ ବସ ଯୋଜନା ଏକ ଦୁଗାନ୍ତକରି ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳା ବିଧାୟକ କେ. ନାରାୟଣ ରାଓ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଏସଡିସି ଅଧକ୍ଷା ମରିୟମ ରଇତ ପ୍ରମୁଖ ଯୋଗ ଦେଇଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।