ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ : ସଡ଼କ ଦୁର୍ଘଟଣାରେ ଦଶ ମାସରେ ଗଲାଣି ୧୧୦ ଜୀବନ


କଳାହାଣ୍ଡି,୨୭/୧୦-ଦିନକୁ ଦିନ ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ବ୍ରୁଦ୍ଧି ପାଉଥିବାବେଳେ ଗତ ଦଶ ମାସ ମଧ୍ୟରେ ୧୧୦ଟି ସଡ଼କ ଦୁର୍ଘଟଣାଜନିତ ମ୍ରୁତ୍ୟୁ ଘଟିଛି ! ଏପରିକି କେବଳ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୫୪ଟି ରାସ୍ତା ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୫୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ! ସେଇ ଦୁଇମାସରେ ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ଦ୍ଵାରା ଦୃତ ଗାଡ଼ିଚାଳନା ପାଇଁ ୨୨୯ ଜଣ, ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୪୨ ଜଣ, ମଦ୍ୟପାନ ସହ ଗାଡ଼ିଚାଳନା ଭଳି ଅପରାଧ ପାଇଁ ୧୦ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି ବୋଲି ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ସୂଚନା ମିଳିଛି ! କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ବିଭିନ୍ନ ପଦକ୍ଷେପ ସଂପର୍କରେ ଗୃହରେ ସୂଚନା ଦେଇଥିଲେ । ଏଇ ଅବସରରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତାଙ୍କ ସମେତ କମିଟିର ସଦସ୍ୟ, ସଦସ୍ୟା ଓ ଆଞ୍ଚଳିକ ପରିବହନ ବିଭାଗର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ଦୁର୍ଘଟଣା ରୋକିବାକୁ ସଚେତନତା, ବ୍ୟାପକ ଧରପଗଡ଼, ଟ୍ରାଫିକ୍ ନିୟନ୍ତ୍ରଣ ଆଦି କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା !