Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଇଣ୍ଡିଆ ନୁହେଁ ଭାରତ ଲେଖାଯାଉ, ଏବେ କ୍ୟାବିନେଟକୁ ପ୍ରସ୍ତାବ ପଠାଇଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖାଯିବା ଦାବି ଜୋର ଧରିବାରେ ଲାଗିଛି। ଏହିକ୍ରମରେ ଏହାକୁ ନେଇ ରେଳ ମନ୍ତ୍ରଣାଳୟ କେନ୍ଦ୍ରୀୟ କ୍ୟାବିନେଟକୁ ଏକ ପ୍ରସ୍ତାବ ପଠାଇଛି। ଏଥିରେ ଇଣ୍ଡିଆକୁ ହଟାଯାଇ ଦେଶର ନାମ ଭାରତ ରଖିବାକୁ କୁହାଯାଇଛି। ମନ୍ତ୍ରିମଣ୍ଡଳକୁ ପଠାଯାଇଥିବା ଏକ ପ୍ରକାରର ଏହା ପ୍ରଥମ ପ୍ରସ୍ତାବ ଯେଉଁଥିରେ ଏହି ଦାବି ଉଠାଯାଇଛି। ଆଗାମୀ ସମୟରେ ସରକାରୀ କ କାଗଜପତ୍ରରେ ଇଣ୍ଡିଆ ପରିବର୍ତ୍ତେ ଭାରତ ବ୍ୟବହାର କରିବାକୁ ଦାବି ବଢିବାରେ ଲାଗିଛି।

ସମ୍ବିଧାନରେ ଇଣ୍ଡିଆ ଓ ଭାରତ ଉଭୟ ନାମ ରହିଛି। ଏମିତିରେ ଯଦି ଭାରତର ନାଁ ପ୍ରୟୋଗ କରାଯାଏ ତେବେ ଏଥିରେ କିଛି ଭୁଲ୍ ହେବ ନାହିଁ। ମାମଲାକୁ ନେଇ ନିକଟ ଅତୀତରେ ରାଜନୀତି ବେଶ ସରଗମ ହେଇ ଉଠିଥିଲା। ଇଣ୍ଡିଆ ଓ ଭାରତ ସଂପର୍କିତ ବିବାଦ ସେହି ସମୟରେ ମୁଣ୍ଡ ଟେକିଥିଲା ଯେତେବେଳେ ରାଷ୍ଟ୍ରପତିଙ୍କ ପକ୍ଷରୁ ଜି-୨୦ର ରାଷ୍ଟ୍ରାଧ୍ୟକ୍ଷଙ୍କ ରାତ୍ରଭୋଜନ ପାଇଁ ଦିଆଯାଇଥିବା ନିମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ସ୍ଥାନରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ହୋଇଥିଲା।

କେବଳ ଏତିକି ନୁହେଁ ଜି-୨୦ ଶିଖର ସମ୍ମିଳନୀ ସମୟରେ ନେମ କାର୍ଡରେ ଦେଶର ନାଁ ଭାରତ ଲେଖା ହୋଇଥିଲା। ନିକଟ ଦିନରେ ଯେଉଁ ଅଫିସିଆଲ ରିଲିଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତର ନାମ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏନସିଇଆରଟି ପକ୍ଷରୁ ଗଠିତ କମିଟି ମଧ୍ୟ ସ୍କୁଲ ପାଠ୍ୟକ୍ରମରେ ଇଣ୍ଡିଆ ଜାଗାରେ ଭାରତ ଲେଖାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।