Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି କୁର୍ମୀ କ୍ଷେତ୍ରୀୟ ସଂସ୍ଥା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଳାହାଣ୍ଡି,୩୧/୧୦-ନିଖିଳ ଉତ୍କଳ କୁର୍ମୀ କ୍ଷତ୍ରୀୟ ସଂସ୍ଥାର ଆହ୍ବାନ କ୍ରମେ କଳାହାଣ୍ଡି କୁର୍ମୀ କ୍ଷତ୍ରୀୟ ଅଞ୍ଚଳ ସଂସ୍ଥା ତରଫରୁ ଭବାନୀପାଟଣାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି ! ଏଥିପାଇଁ ପୁରୁଣାପଡାରୁ ଏକ ଶୋଭାଯାତ୍ରା ବାହାରି ମାଣିକେଶ୍ବରୀ ଛକ ପର୍ଯ୍ୟନ୍ତ ଯାଇଥିଲା ! ସେଠାରେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ରାଷ୍ଟ୍ରୀୟ ଏକତା ଦିବସ ସମ୍ପର୍କରେ ସ୍ଲୋଗାନ ଦିଆଯାଇଥିଲା ! ଏହାପରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କୁଳାଧିକାରୀ ତ୍ରିଭୁବନ ପ୍ରଧାନ, ସଭାପତି ଅଶ୍ୱିନୀ ପ୍ରଧାନ, ଉପ ସଭାପତି ଜନ୍ମେଞ୍ଜୟ ପ୍ରଧାନ, ସମ୍ପାଦକ ଭାବଗ୍ରାହୀ ନାୟକ, ସହ ସମ୍ପାଦକ ବିଶ୍ୱରଂଜନ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ କୋଷାଧ୍ୟକ୍ଷ ସୁଜିତ ପ୍ରଧାନ, ଆଇନଜୀବୀ ସିଦ୍ଧାର୍ଥ ନାୟକ,ପ୍ରଦେଶ ସଭ୍ୟ ଗଙ୍ଗାଧର ପ୍ରଧାନ ଓ ସୀତାକାନ୍ତ ପ୍ରଧାନ ,ଶିକ୍ଷକ ନେତା ମଧୁ ସୁଦନ ପ୍ରଧାନ, ରାଜ୍ୟ ମହିଳା ନେତ୍ରୀ ମିନତୀ ପ୍ରଧାନ, ସ୍ୱପ୍ନା ପ୍ରଧାନ, ଧରିତ୍ରୀ ପ୍ରଧାନ, କାଉନସିଲର ରଂଯୁକ୍ତା ପ୍ରଧାନ, ଜୟନ୍ତୀ ନାୟକ, ପରୀକ୍ଷିତ ବିଶ୍ୱାଳ, ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ପଟେଲଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ