Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଇସ୍ରାଏଲକୁ ବଡ଼ ଝଟକା, ସଂପର୍କ ଛିନ୍ନ କଲା ଏହି ଦେଶ; ଅନେକ ଫେରାଇଲେ ନିଜର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଗାଜା ଉପରେ ଘନ ଘନ ଆକ୍ରମଣ କରୁଥିବା ଇସ୍ରାଏଲକୁ ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆଠୁ ଶକ୍ତ ଝଟକା ଲାଗିଛି। ବୋଲିଭିଆ ଇସ୍ରାଏଲ ସହିତ ନିଜର କୂଟନୈତିକ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ଅନେକ ଦକ୍ଷିଣ ଆମେରିକୀୟ ଦେଶ ଇସ୍ରାଏଲରୁ ନିଜର ରାଷ୍ଟ୍ରଦୂତମାନଙ୍କୁ ଫେରାଇ ନେଇଛନ୍ତି। ବୋଲିଭିଆର ଉପ ବୈଦେଶିକ ମନ୍ତ୍ରୀ ଫ୍ରେଡି ମାମାନି ମଙ୍ଗଳବାର ରାତିରେ କହିଛନ୍ତି ଯେ, ଆମେ ଇସ୍ରାଏଲ ସହିତ ନିଜର କୂଟନୈତିକ ସମ୍ବନ୍ଧ ସମାପ୍ତ କରିବାକୁ ନିର୍ଣ୍ଣୟ ନେଇଛୁ। ଇସ୍ରାଏଲ ପକ୍ଷରୁ ଗାଜା ପଟ୍ଟି ଉପରେ ଲଗାତାର ଜାରି ଆକ୍ରମଣ ଏବଂ ନାଗରିକଙ୍କ ମୃତ୍ୟୁ ବିରୋଧରେ ବୋଲିଭିଆ ଏମିତି କଠୋର ନିଷ୍ପତ୍ତି ନେଇଛି।

କେବଳ ଏତିକି ନୁହେଁ ଦେଶର ଅନ୍ୟ ଜଣେ ମନ୍ତ୍ରୀ ମାରିଆ ନେଲା ପ୍ରାଡା ବୋଲିଭିଆ ପକ୍ଷରୁ ଗାଜା ପଟ୍ଟିକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଆମର ଦାବି ଗାଜା ପଟ୍ଟି ଉପରେ ଆକ୍ରମଣକୁ ତୁରନ୍ତ ବନ୍ଦ କରାଯାଉ। ଏଥିରେ ଅଦ୍ୟାବଧି ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି। ଯାହାଙ୍କର ଲଢେଇ ଓ ଇସ୍ରାଏଲ ଆକ୍ରମଣ ସହିତ କୌଣସି ସଂପର୍କ ନ ଥିଲା। ଏହି ଆକ୍ରମଣ ଯୋଗୁଁ ଲକ୍ଷାଧି ପାଲେଷ୍ଟାଇନ ବେସାହାରା ହୋଇଛନ୍ତି। ବୋଲିଭିଆର ପଡ଼ୋଶୀ ଦେଶ କୋଲମ୍ବିଆ ଓ ଚିଲି ମଧ୍ୟ ଇସ୍ରାଏଲରୁ ନିଜର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକକୁ ଘୋଷଣା କରିଛନ୍ତି। ଏହି ସବୁ ଦେଶ ଗାଜା ପଟ୍ଟି ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରାଯାଇ ଅସ୍ତ୍ରବିରତି ଲାଗୁ କରିବାକୁ ଅପିଲ୍ କରିଛନ୍ତି।

ସୂଚନାଯୋଗ୍ୟ, ଐତିହାସିକ ଭାବେ ଲାଟିନ ଆମେରିକୀୟ ଦେଶ ପାଲେଷ୍ଟାଇନର ସମର୍ଥକ ଅଟନ୍ତି। ଏଠାରେ ବାମପନ୍ଥୀ ବିଚାରଧାରାର ସରକାର ରହି ଆସିଛନ୍ତି। ଏଥିରେ ଚିଲି, କୋଲମ୍ବିଆ, ଭେନେଜୁଏଲା, କ୍ୟୁବା ପରି ଦେଶ ସାମିଲ୍। ଏହା ବ୍ୟତୀତ ଦକ୍ଷିଣପନ୍ଥୀ ବିଚାରଧାରାର ଦେଶ ସର୍ବଦା ଆମେରିକା ସହ ରହି ଆସିଛନ୍ତି। ଏହି ପରି ଇସ୍ରାଏଲ ଓ ହମାସ ମଧ୍ୟରେ ଲଢେଇ ଦକ୍ଷିଣ ଆମେରିକୀୟ ଦେଶକୁ ଦୁଇ ଭାଗରେ ବିଭକ୍ତ କରି ଦେଇଛି।