Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହ ଅନୁଷ୍ଠିତ

କଳାହାଣ୍ଡି,୦୧/୧୧- ନଭେମ୍ବର ୧ ତାରିଖ ୧୯୪୯ ମସିହାରେ କଳାହାଣ୍ଡି ଗଡ଼ଜାତ ଭାରତୀୟ ସଂଘୀୟ ରାଜ୍ୟରେ ସାମିଲ ହୋଇଥିଲା ! ସେଇଦିନକୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ରୂପେ ପାଳନ କରାଯାଇଆସୁଛି ! ଏଇକ୍ରମରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କ୍ରୁତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ! ପୂର୍ବାହ୍ନରେ କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ବରୀଙ୍କ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ଭବାନୀପାଟଣା ସହର ପରିକ୍ରମା କରିବା ସହିତ ସମାରୋହସ୍ଥଳକୁ ଯାଇଥିଲା ! ମଶାଲ୍ ସବକମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତ୍ରୁତ୍ବରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ମହାବୀର ସାଂସ୍କ୍ରୁତିକ ଅନୁଷ୍ଠାନର ସଭାପତିଙ୍କ ସମେତ ଅନ୍ୟ ଅତିଥିମାନେ ସାମିଲ ହୋଇଥିଲେ ! ଏହାପରେ ଟାଉନହଲରେ ଅନୁଷ୍ଠିତ ସମାରୋହରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂହ, କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ଭବାନୀପାଟଣା ପୌରାଧ୍ୟକ୍ଷା, ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ପ୍ରମୁଖ ଯୋଗ ଦେଇଥିଲେ ! ଜିଲ୍ଲା ସଂସ୍କ୍ରୁତି ଅଧିକାରୀ ଅର୍ପିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବହୁବିଶିଷ୍ଚ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ! ତେବେ ଚଳିତ ବର୍ଷରୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସକୁ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ସୀମିତ ନରଖି ଜିଲ୍ଲାବ୍ୟାପି ‘କଳାହାଣ୍ଡି ଦିନ୍’ ଭାବେ ପାଳନ କରିବାକୁ ଅଭିଯାନ ଆରମ୍ଭ ହୋଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ