Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୂଚନା ପ୍ରନ୍ତ୍ରଣାଳୟ ଆପଲକୁ ପଠାଇଲା ନୋଟିସ୍, ଆଟାକର ପ୍ରମାଣ ଦେଉ କମ୍ପାନୀ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ଏପଲକୁ ନୋଟିସ୍ ଜାରି କରି ଆଲର୍ଟ ମେସେଜ ବିଷୟରେ ଜବାବ ଲୋଡିଛି। ନୋଟିସରେ ପ୍ରଶ୍ନ କରାଯାଇଛି ଯେ, ରାଜ୍ୟ ପ୍ରାୟୋଜିତ ହମଲାର ପ୍ରମାଣ କଣ ରହିଛି। ବିରୋଧୀ ଦଳ ନେତା ଆଶଙ୍କା ପ୍ରକାଶ କରିଥିଲେ ଯେ, ସରକାର ସେମାନଙ୍କ ଫୋନ ହ୍ୟାକ୍ କରିବାକୁ ଉଦ୍ୟମ କରୁଛି। ପୂରା ଘଟଣାକୁ ନେଇ ପୂରା ଦେଶରେ ରାଜନୈତିକ ଭୂକମ୍ପ ସୃଷ୍ଟ କରିଛି।

ସୂଚନା ଓ ପ୍ରଦୌଗିକି ସଚିବ ଏସ କୃଷ୍ଣନ ଗୁରୁବାର କହିଛନ୍ତି, ବିରୋଧୀ ଦଳର ସାଂସଦମାନେ ଏପଲ୍ ପକ୍ଷରୁ ପଠାଯାଇଥିବା ଚେତାବନୀ ବାର୍ତ୍ତାର ଯେଉଁ ପ୍ରସଙ୍ଗ ଉଠାଇଥିଲେ ତାର ତଦନ୍ତ ସିଇଆରଟି ଆରମ୍ଭ କରି ଦେଇଛି। ଏହି କ୍ରମରେ କମ୍ପାନୀକୁ ନୋଟିସ୍ ଜାରି କରି କୈଫତ ମଗା ଯାଇଛି। ଆଇଟି ସଚିବ ଆଶା ପ୍ରକାଶ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ସିଇଆରଟିର ତଦନ୍ତରେ ଆପଲ୍ ସହଯୋଗ କରିବ।

ଭାରତୀୟ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ଅର୍ଥାତ ସିଇଆରଟି ଇନ କମ୍ପ୍ୟୁଟର ସୁରକ୍ଷା ସଂପର୍କିତ ଘଟଣାର ଯାଞ୍ଚ ପାଇଁ ଏକ ରାଷ୍ଟ୍ରୀୟ ନୋଡାଲ୍ ଏଜେନ୍ସି। ଏହି ସଂସ୍ଥା ବର୍ତ୍ତମାନ ଆପଲ୍ ପକ୍ଷରୁ ନେତାମାନଙ୍କ ମୋବାଲକୁ ପଠାଯାଇଥିବା ଚେତାବନୀ ବାର୍ତ୍ତା ଘଟଣାର ତଦନ୍ତ କରିବ। ଏହି ପ୍ରସଙ୍ଗରେ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରଦୌଗିକି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବିରୋଧୀ ଦଳ ନେତାମାନଙ୍କ ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ, ସରକାର ଏହାର ଗହନ ଯାଞ୍ଚ କରିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ, ଶଶି ଥରୁର, ପବନ ଖେଡ଼ା, ସୁପ୍ରିୟା ଶ୍ରୀନେତ ଏବଂ ଟିଏସ ସିଂ ଦେଓ, ଉଦ୍ଧବ ଠାକରେଙ୍କ ଶିବସେନାର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଟିଏମସିର ସାଂସଦ ମହୁଆ ମୈତ୍ର, ଆପର ରାଘବ ଚଡ୍ଡା, ଏନସିପିର ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଫୋନକୁ ଏହି ଧରଣର ଚେତାବନୀପୂର୍ଣ୍ଣ ବାର୍ତ୍ତା ଆସିଥିଲା।