Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ହୀରାନୀଳା ଡିଗ୍ରୀ କଲେଜର ପୂର୍ବ ଅଧ୍ୟକ୍ଷଙ୍କ ଗୁଣ୍ଡାଗିରି : ଥାନାର ଦ୍ବାରସ୍ତ ହେଲେ ବିଶ୍ବନାଥପୁର ବସ୍ତି ବାସିନ୍ଦା

କଳାହାଣ୍ଡି,୧୩/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ବସ୍ତିକୁ ବମ୍ ପକାଇ ଉଡ଼ାଇଦେବା ସହିତ ବସ୍ତିର ମହିଳାମାନଙ୍କୁ ଗାଳିଗୁଲଜ ଓ ଧମକଚମକ ଦେବା ଅଭିଯୋଗ ନେଇ ବିଶ୍ବନାଥପୁର ଥାନାର ଦ୍ବାରସ୍ତ ହୋଇଛନ୍ତି ବିଶ୍ବନାଥପୁର ବସ୍ତିବାସିନ୍ଦା ! ଶହଶହ ମହିଳା ପୁରୁଷ ଥାନାକୁ ଯିବା ସହିତ ଅଭିଯୁକ୍ତ ରମେଶ ଚନ୍ଦ୍ର ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ! ସୂଚନାନୁଯାୟୀ, ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ କଲେଜର କୋଟିକୋଟି ଟଙ୍କା ହଡ଼ପ କରିବା, ନିଯୁକ୍ତି ଦେବା ନାଁରେ କୋଡ଼ିଏରୁ ଅଧିକ ନିଯୁକ୍ତି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିବା, ଆୟ ବହିର୍ଭୁତ ସଂପତ୍ତି ଠୂଳ କରିବା ମାମଲାରେ ଦୁଇ ଦୁଇଥର ଜେଲ୍ ଯାଇଥିଲେ ଡିଗ୍ରୀ କଲେଜର ତତ୍କାଳୀନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ! ଜେଲ୍ ଯିବା ଓ ଆୟ ବହିର୍ଭୁତ ସଂପତ୍ତି ଜବତ ହେବା ଦିନଠାରୁ ରକ୍ତଚାଉଳ ଚୋବାଉଛନ୍ତି ଶ୍ରୀ ସାହୁ ! ଏଥିପାଇଁ ବିଶ୍ବନାଥପୁର ଅଞ୍ଚଳର କିଛି ଲୋକଙ୍କୁ ଦାୟୀ କରି ତାଙ୍କର ଜଣେ ପ୍ରମୁଖ ମହିଳା ସହଯୋଗୀଙ୍କ ଦ୍ବାରା ସେମାନଙ୍କ ନାଁରେ ମିଥ୍ୟା ମାମଲା କରି ବିଫଳ ହେବା ପରେ ଏବେ ରବିବାର ବିଳମ୍ବିତ ରାତିରେ ବିଶ୍ବନାଥପୁର ବସ୍ତିରେ ପାଟିତୁଣ୍ଡ କରିବା ସହିତ ବସ୍ତିରେ ବମ୍ ପକାଇ ଉଡ଼ାଇଦେବାକୁ ଖୋଲାଖୋଲି ଧମକ ଦେଇଛନ୍ତି ଶ୍ରୀ ସାହୁ ! ଏପରିକି ବିଶ୍ବନାଥପୁର ଗୌନ୍ତିଆ ପ୍ରଦୀପ କୁମାର ଘଡ଼େଇଙ୍କୁ ଗୁଣ୍ଡା ଲଗାଇ ଗୁଳି କରି ମାରିଦେବାକୁ ଧମକ ଦେବା ସହ ବସ୍ତିର ମହିଳାମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳି କରିଥିବା ନେଇ ଶହଶହ ପୁରୁଷ ମହିଳା ଆଜି ବିଶ୍ବନାଥପୁର ଥାନାକୁ ଯାଇ ଶ୍ରୀ ସାହୁଙ୍କ ନାଁରେ ଅଭିଯୋଗ କରିଛନ୍ତି ! ଏହାସହିତ ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେମାନେ ଦାବି କରିଛନ୍ତି ! ଶ୍ରୀ ସାହୁଙ୍କ ଗିରଫ ଦାବି କରି ଆଜି ବିଶ୍ବନାଥପୁର ବସ୍ତିର ଶହଶହ ପୁରୁଷ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପୁଲିସର ଦ୍ବାରସ୍ତ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ! ଏନେଇ ବିଶ୍ବନାଥପୁର ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି !