Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରକ୍ଷିତ ବେଦାନ୍ତ କଂପାନୀରେ ଢିଲା ସୁରକ୍ଷା ବ୍ୟବସ୍ଥା : ହୁ ହୁ ହୋଇ ଜଳିଗଲା ବସ୍

କଳାହାଣ୍ଡି,୨୧/୧୧-ଶୂନ୍ୟ ଦୁର୍ଘଟଣା ପ୍ରବଣ କାରଖାନା ଭାବରେ ଏକାଧିକ ପୁରସ୍କାର ହାତେଇଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ଆଜି ତାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ! ଯାହା କଂପାନୀରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କୁ ହତବାକ୍ କରିଦେଇଛି ! ଆଜି ସନ୍ଧ୍ୟାରେ ବେଦାନ୍ତ ପ୍ଲାଣ୍ଟ ମଧ୍ୟରେ କାମ କରୁଥିବା କଂପାନୀର କର୍ମଚାରୀମାନଙ୍କୁ ଆଣିବାକୁ ଯାଇଥିବା ଏକ ବସ୍ ହଠାତ୍ ହୁହୁ ହୋଇ ଜଳିପୋଡ଼ି ପାଉଁଶ ହୋଇଯାଇଛି ! ବେଦାନ୍ତ ରିଫାଇନେରୀ ପ୍ଲାଣ୍ଟର ୱାର୍କସପ୍ ନିକଟରେ ଏଇ ଅଗ୍ନିକାଣ୍ଡ ଘଟିଥିବାବେଳେ ଏଥିରେ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି ! ସୌଭାଗ୍ୟବଶତଃ ବସ୍ ରେ ସେତେବେଳେ ଜଣେ ଚାଳକଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କର୍ମଚାରୀ ନଥିବାରୁ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି ! କଂପାନୀର ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇଥିବା ଜଣାପଡ଼ିଛି ! ଏ ସଂପର୍କରେ ବେଦାନ୍ତ ଲିମିଟେଡ୍ ଲୋକ ସଂପର୍କ ବିଭାଗ ମୁଖ୍ୟ ଅଂଶୁମାନ ଏନ୍ ଙ୍କୁ ପଚରାଯିବାରୁ ସେ ବସ୍ ଜଳିଯିବା ଘଟଣାକୁ ସ୍ବୀକାର କରିବା ସହିତ ଏହା ଏକ ପୁରୁଣା ବସ୍ ଏବଂ ସର୍ଟସର୍କିଟ ଯୋଗୁଁ ଏଥିରେ ନିଆଁ ଲାଗିଯାଇଥିଲା, ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି ! ସୂଚନାଯୋଗ୍ୟ, ଗତକାଲି ମଧ୍ୟ ବେଦାନ୍ତ ଲିମିଟେଡ ଅଧୀନରେ କାମ କରୁଥିବା ରାୟଗଡ଼ା ଜିଲ୍ଲା ପୁରୁଣା ଅମ୍ବାଦଳାର ସିକେନ୍ଦ୍ର ସୁନା ନାମକ ଜଣେ ଶ୍ରମିକଙ୍କ ଗୋଡ଼ରେ ଏକ ମେସିନ ପଡ଼ିଯିବାରୁ ତାଙ୍କର ଗୋଡ଼ ଭାଙ୍ଗିଯାଇଛି, ତାଙ୍କୁ ଗୁରୁତର ଭାବେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ! ତେବେ ଏସବୁ ଘଟଣାଗୁଡ଼ିକୁ କଂପାନୀ କର୍ତ୍ତ୍ରୁପକ୍ଷ ଚପାଇଦେବାକୁ ଉଦ୍ୟମ କରିବାକୁ ସାଧାରଣରେ ନାପସନ୍ଦ କରାଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ