Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ବିଜେପି ଦଳ ପକ୍ଷରୁ ମୋହନା ବ୍ଲକ ଘେରାଉ

ପାରଳାଖେମୁଣ୍ଡି:୨୨/୧୧ (ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ସଦର ମହକୁମା ଠାରେ ମୋହନା ବ୍ଲକରେ ଆଜି ବିଜେପି ଦଳ ପକ୍ଷରୁ ଘେରାଉ କରାଯାଇଛି। ଏହି ରାଲିରେ ହଜାର ହଜାର ବିଜେପି କର୍ମୀ ମୋହନା ସ୍ଥାନୀୟ ଶିବ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଶେଷରେ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ ଏବଂ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବା ସହିତ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଳରେ ଲୋକଙ୍କୁ ଭୁଆଁ ବୁଲାଇବା ଅଭିଯୋଗ କରିଥିଲେ l ଆଜିବି ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ବଞ୍ଚିତ ଏବଂ ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ୩ ହଜାର ଟଙ୍କା ଦିଆ ଯାଉ ଓ ବସଷ୍ଟାଣ୍ଡ କାମ ସମ୍ପୂର୍ଣ୍ଣ କରା ଯାଉ ମୋହନା ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଯାହା ସମସ୍ୟା ରହିଚି ତାକୁ ନଜର ବା ଆଖି ଆଗରେ ରଖି କାର୍ଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି କର୍ମୀ ଏଥି ସହିତ ଆଗାମୀ ନିର୍ବାଚନରେ ମୋହନା ବ୍ଲକ ବାସି ଏହାର ଦୃଢ ଜବାବ ଦେବେ ବୋଲି କର୍ମୀ ମାନେ କହିଛନ୍ତି .ଆନ୍ଦୋଳନକାରି ବିଜେପି କର୍ମୀ ଓ ନେତା l ଏହି ଶୋଭାଯାତ୍ରାରେ ଜିଲ୍ଲା ଉପ ସଭାପତି ,ଶ୍ରୀ ପ୍ରଶାନ୍ତ କୁମାର ମଳିକ, ରାଜ୍ୟ ଓବିସି ମର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ସଂଯୋଜକ ଶ୍ରୀ କାମଦେବ ବଡ଼ ନାୟକ, ମଣ୍ଡଳ ସଭାପତି ସତ୍ୟ ଦଣ୍ଡ ସେନା, ବଜ ରଂଗ ଦଳ ସଭାପତି ଜିତୁ ଭାଇ, ଏବଂ ବିଜେପି କର୍ମୀ ରଜନି ପ୍ରଧାନ, ପ୍ରଭାତ ପାତ୍ର,ସୁଧୀର ପାଇକ ଏବଂ ବିଜେଡ଼ିର ଅନେକ ନେତା ଓ କର୍ମୀ ୩ ହଜାର ରୁ ଉର୍ଦ୍ଧ ଶତାଧିକ କର୍ମୀ ଯୋଗ ଦେଇଥିଲେ l