Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁ ସହିତ ଲଢ଼ୁଛି ଆହତ ଦନ୍ତା, ବନବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କଳାହାଣ୍ଡି,୨୪/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ବନାଞ୍ଚଳ କମର୍ଦ୍ଧା ପଞ୍ଚାୟତ ଗନ୍ଧରବାରୁ ଗାଁ ନିକଟସ୍ଥ ଏକ କପାକ୍ଷେତରେ ଏକ ବିରାଟ ଦନ୍ତାହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ ! ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ! ହାତୀଟିର ଦେହରେ ଗଭୀର କ୍ଷତ ଥିବାବେଳେ କେଉଁ କାରଣରୁ ହାତୀଟି ଆହତ ହେଲା ଜଣାପଡ଼ିନାହିଁ ! ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକର ସୀମାନ୍ତ କମର୍ଦ୍ଧା ଅଞ୍ଚଳରେ ଗତ କିଛି ବର୍ଷ ହେଲା ଜଙ୍ଗଲୀ ହାତୀ ପଲ ଆତଯାତ ବୃଦ୍ଧି ପାଇଥିବାବେଳେ ବିଭିନ୍ନ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଭଳି ପରିସ୍ଥିତି ସୃଷ୍ଟି ହେଉଛି ! ଏଣୁ ବନ ବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ସହିତ ଚାଷବାସ ଓ ମଣିଷର ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ