Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର.ଉଦୟଗିରି ବ୍ଳକରେ ଚାଲିଥିବା ଦୁର୍ନୀତି ଭ୍ରଷ୍ଟାଚାର ବିରୋଦ୍ଧରେ ବିଜେପିର ବ୍ଳକ ଘେରାଉ

ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟ ବିଜେପି ଦଳର ଆହ୍ଵାନରେ ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକକୁ ବିଜେପି ପକ୍ଷରୁ ଘେରାଉ କରାଯାଇ ଥିଲା l ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ କର୍ମୀ ଓ ନେତା, ରାଜ୍ଯ ବିଜେପିର ଦାବିପତ୍ର ସହିତ ସ୍ଥାନୀୟ ଅଞ୍ଚଳର ୧୩ ଦଫା ସମ୍ବଳିତ ଦାବି *ରାଜ୍ୟପାଳ ଙ୍କ* ଉଦ୍ଦେଶ୍ଯ ରେ ଦାବୀ ପତ୍ର ପ୍ରଦାନ କରିଥିଲେ l ରାଜ୍ଯ ସରକାର ଙ୍କ ଦୁର୍ନତୀ, ଭ୍ରଷ୍ଟାଚାର, ପିସି କାରବାର, ବ୍ୟଭିଚାର ବିରୁଦ୍ଧରେ ବିଭିନ୍ନ ନାରା ଦେଇ ସ୍ତାନୀୟ ହାଟପଦା ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଆର,ଉଦୟଗିରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆର.ଉଦୟଗିରି ବ୍ଲକ କୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରିବା, ପ୍ରକୁତ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଆର.ଉଦୟଗିରି ବ୍ଲକ ରେ ଚାଲିଥିବା ପି ସି କାରବାର କୁ ବନ୍ଦ କରିବା, ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ୩୦୦୦ କରିବା, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଙ୍କ ପଲ୍ଲୀ ସଭା ଗ୍ରାମସଭା କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା , ଛେଳିଗଡ ଜଳପ୍ରକଳ୍ପରେ ବିସ୍ଥାପିତ ମାନଙ୍କୁ ଉଚିତ୍ ମୂଲ୍ୟ ଦେବା ସହିତ ଥଇଥାନ କରିବା, ବ୍ବିସ୍ଥାପିତ ପରିବାରଙ୍କ ୨୪ଟା ଦାବିକୁ ଗ୍ରହଣ କରିବା , ଆର.ଉଦୟଗିରି ବ୍ଳକ ଶିଆଳିଲଟି ଗ୍ରାମ ପଞ୍ଚାୟତ ଥିବା ମାଙ୍କଡଡିଆଁ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବା ଛେଲାଗଡ ଗ୍ରାମ ପଞ୍ଚାୟତର ଗଡର ଗ୍ରାମର ଚାଷଜମିକୁ ଉଠା ଜଳସେଚନ ଯୋଗାଇବା ଆଦିବାସୀ ମାନଙ୍କ ଜମିଜମା ବିକ୍ରୟ ସମନ୍ଧିତ ରାଜ୍ୟ କ୍ୟାବିନେଟ୍ର ସୁପାରିଶକୁ ପ୍ରତ୍ୟାହାର କରିବା, ଝାଡରଣ୍ଡିବା ଗ୍ରାମରୁ ମହେନ୍ଦ୍ରଗଡ ତିବତୀଆନ କଲୋନୀକୁ ପ୍ରଧାନମନ୍ତୀ ଗ୍ରାମ୍ୟ ସଡକ ଯୋଜନାରେ ଆନ୍ତର୍ଭୂକ୍ତ କରିବା ଓ ଆର.ଉଦୟଗିରି ବ୍ଳକ ସଦର ମହକୁମାରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପ୍ରଭୁତି ଅନେକ୍ ଦାବିକୁ ନେଇ ଆର ଉଦୟଗିରି ବ୍ଲକ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ l ଏହି ଘେରାଉ କାର୍ଯ୍ୟକ୍ରମ ରେ ରାଜ୍ଯ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ସଂଯୋଜକ କାମଦେବ ବଡ଼ ନାୟକ, ଜିଲ୍ଲା ଅନୁସୂଚିତ ଜନଜାତି ସଭାପତି ପ୍ରଦିପ କୁମାର ହରିଚନ୍ଦ୍ର,ଆର.ଉଦୟଗିରି ମଣ୍ଡଳ ସଭାପତି ଅମ୍ବିକା ପ୍ରସାଦ ଘଡେଇ , ରାମଗିରି ମଣ୍ଡଳ ସଭାପତି ମହେଶ୍ବର ନାୟକ, ନୁଆଗଡ ବ୍ଳକ ମଣ୍ଡଳ ସଭପତି ମନୋଜ କୁମାର ପାଇକ, ରାମଗିରି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ଯୁଧିଷ୍ଠିର ବଡମୁଣ୍ଡି, ଭୂଷଣ ପୂଜାରୀ, ରଞ୍ଜନ ପ୍ରଧାନ, ଟୁନା ଗୌଡ, ସଞ୍ଜୟ ପତି, କାଳିଆ ପ୍ରଧାନ ଓ ସଂଗ୍ରାମ ସମିତି ସଭାପତି ଚୈତନ୍ୟ ସାହୁ ପ୍ରମୂଖ ଶତାଧିକ ମହିଳା ପୁରୁଷ ବିଜେପିର କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ