Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦ ହୋଇଯିବ ମ୍ୟାକଡୋନାଲ୍ଡସ୍!

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଫାଷ୍ଟଫୁଡ୍ କମ୍ପାନୀ ମଧ୍ୟରୁ ଅନ୍ୟତମ ମ୍ୟାକଡୋନାଲ୍ଡସ୍। ସୂଚନା ମୁତାବକ ଚଳିତ ସପ୍ତାହରେ ମ୍ୟାକଡୋନାଲ୍ଡସ୍ ଆମେରିକା ସ୍ଥିତ ସମସ୍ତ ଅଫିସ୍‌ଗୁଡିକୁ ସାମୟିକ ଭାବେ ବନ୍ଦ କରିବ। ଏନେଇ କମ୍ପାନୀ ତାର କର୍ପୋରେଟ୍ କର୍ମଚାରୀମାନଙ୍କୁ ଛଟେଇ କରିବା ନେଇ ଖୁବ୍‌ ଶୀଘ୍ର ଘୋଷଣା କରିବ ବୋଲି ଜଣାପଡ଼ିଛି।

ସୋମବାରରୁ ବୁଧବାର ପର୍ଯ୍ୟନ୍ତ ଘରୁ କାମ ଆରମ୍ଭ କରିବା ପାଇଁ କମ୍ପାନୀ ଗତ ସପ୍ତାହରେ କର୍ମଚାରୀମାନଙ୍କୁ ଏକ ମେଲ ପଠାଇଥିଲା। ଜାନୁଆରୀରେ କମ୍ପାନୀ କର୍ମଚାରୀଙ୍କ କାର୍ଯ୍ୟ ସ୍ତରକୁ ସମୀକ୍ଷା କରି ଛଟେଇ କରାଯିବ ବୋଲି ସୂଚନା ଦେଇଥିଲା। କେତେ କର୍ମଚାରୀଙ୍କୁ ଛଟେଇ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ବୁଧବାର ସୁଧା ଏ ନେଇ ସବୁ ସ୍ପଷ୍ଟ କରାଯିବ ବୋଲି କମ୍ପାନୀ କହିଛି।

ସୂଚନା ଅନୁଯାୟୀ କମ୍ପାନୀ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଗୁଗୁଲ, ଆମାଜନ, ଫେସବୁକ, ଟ୍ବିଟର ଭଳି ବଡ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିସାରିଛି। ଆମେରିକାର ବିଭିନ୍ନ ବୈଷୟିକ କମ୍ପାନୀଗୁଡିକ କରୁଥିବା ଛଟେଇରେ ଭାରତୀୟମାନେ ବି ସାମିଲ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ