କଳାହାଣ୍ଡି,୨୭/୧୧-ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ! ବିଜେଡିରେ ଯୋଗଦେଇ ଦଳର ସଭାପତିଙ୍କ ମାର୍ଗଦର୍ଶନରେ କାର୍ଯ୍ୟ କରିବି ବୋଲି କହିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ! ଭାରତୀୟ ପ୍ରାଶାସନିକ ସେବାରେ ଯୋଗଦେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିବା ପାଣ୍ଡିଆନ ପରବର୍ତ୍ତୀ ସମୟରେ କେନ୍ଦୁଝର, ଗଞ୍ଜାମ ଜିଲ୍ଲାପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫-ଟି ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ ! ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ୩୦ଟି ଜିଲ୍ଲା ବୁଲିବା ସହିତ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ଓ ତୁରନ୍ତ ସେସବୁର ସମାଧାନ କରିବାକୁ ନେଇ ଚର୍ଚ୍ଚିତ ହୋଇଥିଲେ ! ତେବେ ତାଙ୍କ ଲୋକପ୍ରିୟତା ବଢ଼ିବା ଦେଖି ବିରୋଧୀ ଟାର୍ଗେଟ୍ କରିବା ପରେ ପରେ ସେ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକ୍ରୁତ ଅବସର ନେଇଥିଲେ ! ସେ ଅବସର ନେବାର ଦିନକ ପରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୫-ଟି ନବୀନ ଓଡ଼ିଶା ଅଧ୍ୟକ୍ଷ ପଦବୀ ସହିତ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିଲା ! ଚାକିରିରୁ ସ୍ବେଚ୍ଛାକ୍ରୁତ ଅବସର ନେବା ପରଠାରୁ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଥିବାବେଳେ ନିଜ ଚାକିରି ଜୀବନ ଆରମ୍ଭ କରିଥିବା ଧର୍ମଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ ହେବା ସମ୍ଭାବନା ଥିବା କୁହାଯାଉଥିଲା ! ତେବେ ଆଜି ସେ ବିଜେଡିରେ ଯୋଗଦେବା ପରେ ଏଇ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ! କଳାହାଣ୍ଡି ଜିଲ୍ଲା ତଥା ଧର୍ମଗଡ଼ ଅଞ୍ଚଳ ପ୍ରତି ତାଙ୍କର ଭାବାବେଗ ଜଡ଼ିତ ଥିବାରୁ ଧର୍ମଗଡ଼ ବିଧାନସଭା ଆସନରେ ତାଙ୍କର ପ୍ରାର୍ଥୀ ହେବା ସମ୍ଭାବନା ଆହୁରି ବ୍ରୁଦ୍ଧି ପାଇଛି ! ତେବେ ଦଳର ନୀତି ଓ ଅନୁଶାସନକୁ ଦ୍ରୁଷ୍ଟିରେ ରଖି ସେ ପରବର୍ତ୍ତୀ ପଦକ୍ଷେପ ନେଇପାରନ୍ତି ବୋଲି ଆଲୋଚନା ହେଉଛି !