Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ପ୍ରକଳ୍ପ କ୍ଷତିଗ୍ରସ୍ତ କମିଟିର ୧୨ ଜଣ ପ୍ରତିନିଧି ସାଂସଦ ମାନସ ମଙ୍ଗରାଜଙ୍କୁ ଭେଟିଲେ

ପାରଳାଖେମୁଣ୍ଡି:୩୦/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକରେ ନିର୍ମାଣାଧୀନ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ଥ କମିଟିର ୧୨ଜଣ ସଦସ୍ୟ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କୁ ଭେଟି ନିଜର ସମସ୍ୟା ଏବଂ ପ୍ରକଳ୍ପ କାର୍ଯ୍ୟ କିପରି ଆଗେଇବ ସେନେଇ ଆଲୋଚନା କରିଥିଲେ । ସେହିପରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ୮କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଏବଂ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ Iକ୍ଷତିଗ୍ରସ୍ଥ ମୌଜାର ୧୨ ଜଣିଆ କମିଟି ସହାୟତା ରାଶି ପାଇବା ନେଇ ଆଲୋଚନା କରାଯାଇଥିଲା. ୨୦୦୬ରେ ଲାଗୁ ହୋଇଥିବା ଜମି ଅଧିଗ୍ରହଣ ରାଶି ନିୟମଓ ୨୦୧୩ ନିୟମ କିପରି ଲାଗୁହେବ ସେ ବିଷୟରେ ଜଳସେଚନ ମୁଖ୍ୟ ତଥା ଅତିରିକ୍ତ ଶାସନ ସଚିବ ପୁନଃ ବସତି ଏବଂ ଥଇଥାନ ନିର୍ଦ୍ଦେଶକ ଆଲୋକ କୁମାର କରଙ୍କ ସହ ଆଲୋଚନା କରିଥିଲେ। ଏହି ନିୟମ ଲାଗୁ କଲେ ଆମ ଛେଳିଗଡ଼ ଅଞ୍ଚଳବାସୀ ଉପକୃତ ହେବୁ ବୋଲି କମିଟି ପକ୍ଷରୁ କୁହାଯାଇଥିଲା।ସାଂସଦ ଶ୍ରୀ ମଙ୍ଗରାଜ ସମସ୍ତ ଦାବିକୁ କ୍ୟାବିନେଟରେ ଉପସ୍ଥାପନ କରିବି ବୋଲିପ୍ରତିଶ୍ରୁତି ଦେଇ ଦେଇଥିଲେ I ଏହି୧୨ଜଣ ସଦସ୍ୟ ସାକ୍ଷାତକାର ବେଳେ ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଆର .ଉଦୟଗିରି ବ୍ଲକର ଯୁବ ସମ୍ପାଦକ ଟିକେଶ୍ଵର ମହାଙ୍କୁଡ, ଆଂଶିକ ବୁଡ଼ି ଅଞ୍ଚଳସଭାପତି ହାଡ଼ିବନ୍ଧୁ ମହାପାତ୍ର, ଉପ-ସଭାପତି ବହୁମୂଲ୍ୟ ବର୍ଦ୍ଦନ, ସୁରଥ ନାୟକ, ଶିବ ଶଙ୍କର ଦଣ୍ଡସେନା, ବି ପ୍ରସାଦ ଆଚାରୀ, ମଥୀ ପରିଜା, ଭାଗିରଥ୍ ବିର ପ୍ରମୁଖ ଉପସ୍ଥିତ ଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ