Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ବ୍ୟାଙ୍କ ଓ ସିଏସପି ପ୍ଲସରେ ମହିଳା ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦାବି

କଳାହାଣ୍ଡି,୦୧/୧୨-ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବାବେଳେ ବିନା ସୁଧରେ ଋଣ ସହାୟତା, ସ୍କୁଟି ଯୋଜନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ! ଏପରିକି ରାଜ୍ୟର ବ୍ୟାଙ୍କ ସେବା ଉପଲବ୍ଧ ନଥିବା ପଞ୍ଚାୟତଗୁଡ଼ିକରେ ସରକାରଙ୍କ ପକ୍ଷରୁ ଆମ ବ୍ୟାଙ୍କ ସେବା ଆରମ୍ଭ କରାଯାଇଛି ! ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବ୍ୟାଙ୍କ ସେବା ଉପଲବ୍ଧ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ମିଶନଶକ୍ତି ତରଫରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ଲେଖାଏଁ ସଦସ୍ୟାଙ୍କୁ ବ୍ୟାଙ୍କ ଯୋଗାଯୋଗ ସେବା, ସେବାକେନ୍ଦ୍ର (ସିଏସପି, ସିଏସପି ପ୍ଲସ୍) ଖୋଲିବା ପାଇଁ ବିଜନେସ୍ କରେସପଣ୍ଡେଣ୍ଟ ଏଜେଣ୍ଟ (ବିସିଏ) ଭାବେ ତାଲିମ ପ୍ରଦାନ କରାଯାଇଥିଲା ! ଏସବିଆଇ ଦ୍ବାରା ପରିଚାଳିତ ଭବାନୀପାଟଣାସ୍ଥିତ ଗ୍ରାମାଞ୍ଚଳ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନ ( ଆର୍ ଏସ୍ ଇଟିଆଇ) ଦ୍ବାରା ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଇ ସ୍ବତନ୍ତ୍ର ତାଲିମ ଦିଆଯାଇଥିବାବେଳେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ହେଁ ସେମାନଙ୍କୁ ମିଶନଶକ୍ତି କିମ୍ବା ବ୍ୟାଙ୍କ ତରଫରୁ ଥଇଥାନ କରାଯାଇନାହିଁ ! ଏହାକୁ ନେଇ ସପ୍ତାହକ ତଳେ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏଇ ତାଲିମପ୍ରାପ୍ତ ମହିଳାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଏନେଇ ପ୍ରତିଶୃତି ଦେଇଥିଲେ ! ଏଣୁ ବ୍ୟାଙ୍କସେବା ଉପଲବ୍ଧ ନଥିବା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆମ ବ୍ୟାଙ୍କ, ସିଏସପି ପ୍ଲସ୍ ସେବା ଆରମ୍ଭ କରାଯିବାବେଳେ ଏକ ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତି ଓ ଥଇଥାନ ଅପେକ୍ଷାରେ ଥିବା ତାଲିମପ୍ରାପ୍ତ ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଥିରେ ଅଗ୍ରାଧିକାର ଦେବାକୁ ଦାବି ହେଉଛି !