Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ

କଳାହାଣ୍ଡି,୦୧/୧୨-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଦୀର୍ଘଦିନ ହେଲା ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି ! ବିଭିନ୍ନ ସମୟରେ ଜଙ୍ଗଲୀ ହାତୀପଲ ଘରଦ୍ବାର ଭାଙ୍ଗିଦେବା ସହିତ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଥିବାବେଳେ ବନ୍ଧପାରି ଗ୍ରାମର ମୀନକେତନ ତାଣ୍ଡି ନାମକ ଜଣେ ବାଇକ୍ ତେବେ ହାତୀ ତାଙ୍କ ବାଇକଟିକୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେବାରୁ ତାହା ଭାଙ୍ଗିରୁଜି ଯାଇଛି ! ସୂଚନାନୁସାରେ, ବନ୍ଧପାରିର ମୀନକେତନ ନିଜ ବାଇକ ଯୋଗେ ମୂଷାନାଳ ଦେଇ ଭବାନୀପାଟଣା ଯାଉଥିବାବେଳେ ଗଦଗଦା ଜଳପ୍ରପାତ ନିକଟରେ ୩୦ ଟିକିଆ ହାତୀପଲ ସାମ୍ନାରେ ମୁହାଁମୁହିଁ ହୋଇଯାଇଥିଲେ ! ତାଙ୍କ ଆଡ଼କୁ ହାତୀପଲ ମାଡ଼ି ଆସିବା ଦେଖି ଜୀବନ ବିକଳରେ ବାଇକ୍ ଛାଡି ଦୌଡ଼ି ପଳାଇଥିଲେ ! ଦୌଡ଼ି ପଳାଇବାରୁ ହାତୀ ଆକ୍ରମଣରୁ ସେ ସିନା ବଞ୍ଚିଗଲେ, ହାତୀପଲ ବାଇକଟିକୁ ଶୁଣ୍ଢରେ ଟେକି ଜଙ୍ଗଲ ଆଡେ ଫିଙ୍ଗି ଦେଇଥିଲେ ! ଗୁରୁବାର ବିଳମ୍ବିତ ରାତିରେ ଏଇ ଘଟଣାଟି ଘଟିଥିବାବେଳେ ଖବର ପାଇ ଆଜି ସକାଳୁ ବନବିଭାଗ ତରଫରୁ ଘଟଣାସ୍ଥଳ ପରିଦର୍ଶନ ପରେ ବାଇକ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି ! ତେବେ ଏନେଇ ଶ୍ରୀ ତାଣ୍ଡି ବନବିଭାଗର ଦ୍ବାରସ୍ତ ହେବା ସହିତ କ୍ଷତିପୂରଣ ଦାବି କରିଛନ୍ତି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ