Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡ଼ିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କଳାହାଣ୍ଡି,୦୪/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ନରେନ୍ଦ୍ର ନାଥ ଦାସ ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ଭାବେ ବିଶ୍ବନାଥପୁର ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ଜନସ୍ବାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ! ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବରିଷ୍ଠ ଅଧ୍ୟାପକ ଅରୁଣ ଚନ୍ଦନ, ପୁଷ୍ପାଞ୍ଜଳି ନାୟକ, କନକଲତା ବେହେରା, ସୁବାସ ହିଆଁଲ, ତାପସ ନାଏକ, ଚିନ୍ମୟୀ ସାହୁ, ଜୟଶ୍ରୀ ବେହେରା, ନୀଳେନ୍ଦ୍ରୀ ଶତପଥୀ, ବିଜୟ କୁମାର, ଶ୍ରୀନିବାସ ଦାସ, ତପନ କୁମାର ଦଳେଇ, ଧବଳେଶ୍ବର ଠେଲା, ବିକ୍ରମ ବାରିକ, କୁଳମଣି ବାଣୁଆ, ରୀତାରାଣୀ ବାରିକ, ଜଇମନୀ ବେହେରା, ଘନଶ୍ୟାମ ସୁନା, ରତନୀ ମାଝୀ ପ୍ରମୁଖ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ! ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ତରଫରୁ ଅଜିତ ନାଏକ, କୃଷ୍ଣଚନ୍ଦ୍ର ସାହୁ, ଗିରୀଶ ନାଏକ, ସଞ୍ଜୀବ ମହାକୁଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିବାବେଳେ ଲାଞ୍ଜିଗଡ଼ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ ପକ୍ଷରୁ ଫାର୍ମାସିଷ୍ଟ ପ୍ରଗତି ରାଉତ, ସ୍ବାସ୍ଥ୍ୟକର୍ମୀ ଆଶାଲତା ସାହୁଙ୍କ ସମେତ ମହାବିଦ୍ୟାଳୟର ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ! ଏଇ ଅବସରରେ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା !