Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଲକ୍ଷ୍ମୀପୂର ରେ ମିଗଜୋମ୍ ବାତ୍ୟାର ପ୍ରଭାବ….ଧାନ ଅମଳ ସମୟ ରେ ବର୍ଷା, କ୍ଷତି ସହିଲେ ଚାଷୀ..

ଲକ୍ଷ୍ମୀପୁର ୦୫।୧୨ …ଗତ କିଛି ବର୍ଷ ହେଲାଣି ଓଡିଶା କୁ  ନଭେମ୍ବର ଓ ଡିସେମ୍ବର ଭଳି ଠିକ ଧାନ ଅମଳ ସମୟରେ ବାତ୍ୟାଆସିବା କାରଣ ରୁ  ଚାଷୀ କ୍ଷତି ସହୁଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ମଧ୍ୟ ଧାନ ଚାଷୀ ଧାନ କାଟିକି ଖେତ ରେ ରଖିଥିବା ବେଳେ ବାତ୍ୟା ମିଗଜୋମ ଦାଉ ସାଜିଛି, ଦକ୍ଷିଣ ଓଡିଶା ର କୋରାପୁଟ ଜିଲ୍ଲା ରେ ଏହାର ପ୍ରଭାବ ପଡିଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ରେ ଏହାର ବିଶେଷ ପ୍ରଭାବ ପଡିବା ସହ ଧାନ ଚାଷୀ କ୍ଷତି ସହିଥିବା ଦେଖିବାକୁ ମିଳିଛି।
ବାତ୍ୟା ପ୍ରଭାବରେ ରବିବାର ଦିନ ଠାରୁ ସୋମବାର ଯାଏଁ ଝିପି ଝିପି ବର୍ଷା ସହ ପାଗ କୋହଲା ରହିଥିଲା।ସୋମ ବାର୍ ରାତିରୁ ବର୍ଷା ପରିମାଣ ବଢିବା ସହ ସକାଳ ନଅଟାରୁ ଜୋରରେ ପବନ ବହିବା ଆରମ୍ଭ ହୋଇଥିଲା।ଏଥି ସହ ବର୍ଷା ପରିମାଣ ମଧ୍ୟ ବଢ଼ି ଯାଇଥିଲା।ଫଳରେ ବର୍ଷା ପବନ ଲାଗି ରହିଥିବାରୁ ଅତ୍ୟଧିକ ଥଣ୍ଡାକୁ ନେଇ ଲୋକେ ଘରୁ ବାହାରକୁ ବାହାରି ପାରି ନଥିବା ଯୋଗୁଁ ଅଞ୍ଚଳ ସାରା ସୁନସାନ୍ ହୋଇ ପଡିଥିବା ବେଳେ ବଜାର ଖାଁ ଖାଁ ରହି ଥିଲା। ବର୍ଷା ପବନ ରେ ରେ ୱାୟେର ଛିଣ୍ଡି ବାରୁ ବାରମ୍ବାର ବିଜୁଳି ଫେଲ ଜନ ଜୀବନ ଅସ୍ତବ୍ୟସ୍ତ କରି ପକେଇଥିଲା।ବର୍ତ୍ତମାନ କୌଣସି କ୍ଷୟକ୍ଷତିର ସୂଚନା ମିଳି ନଥିଲେ ବି ପ୍ରଶାସନ କିନ୍ତୁ ଏହି ବାତ୍ୟାର ମୁକାବିଲା ପାଇଁ ଆଗରୁ ସଜାଗ ରହିଥିବା କହିଛି। ଅଞ୍ଚଳରେ କେତେ କଣ ଚାଷ ନଷ୍ଟ ହୋଇଛି ତାର କୌଣସି ତଥ୍ୟ ହସ୍ତଗତ ହୋଇ ପାରିନି।ଅନେକ ଚାଷୀ ଖଳା ରେ କୂପା କରିକି ପାଲ ଘୋଡେଇ ରଖିଥିବା ଦେଖିବାକୁ ମିଳିଥିବା ବେଳେ କିଛି ଚାଷୀ ଆଗୁଆ ସୂଚନା ପାଇନଥିବା କାରଣରୁ କ୍ଷେତ ରୁ ଆଜି ଭିଜି ଭିଜି ଧାନ ପେଣ୍ଡା ବୋହୁଥିବା ଦେଖିବାକୁ ମିଳିଥିଲା।କୃଷି ଅଧିକାରୀଙ୍କୁ ପଚାରିବାରୁ ରବିବାର ଦିନ ସ୍ବତନ୍ତ୍ର ଏକ ଗାଡ଼ିରେ ପ୍ରତ୍ୟେକ ପଞ୍ଚାୟତରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା।ଆଜିଠୁ ବର୍ଷାର ପରିମାଣ ବଢି ଥିବା ବେଳେ ଏଯାଏଁ କୌଣସି ରିପୋର୍ଟ ମିଳି ପାରିନି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ