Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିରଫ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଟ୍ରମ୍ପ ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଗିରଫ ହେବାର ଘଣ୍ଟାଏ ସେ ଜାମିନରେ ମୁକୁଳିଛନ୍ତି।

୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍‌ସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ଏହାକୁ ଲୁଚାଇ ରଖିବା ଲାଗି ଲାଞ୍ଚ ଦେଇ ମୁହଁ ବନ୍ଦ କରିବା ମାମଲାରେ ଗତକାଲି ଗିରଫ ହୋଇଥିଲେ ଟ୍ରମ୍ପ। ଏହା ପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଟ୍ରମ୍ପ ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ନିଜ ଦୋଷ ସ୍ୱୀକାର କରି ନଥିଲେ। କୋର୍ଟରେ ପ୍ରାୟ ୫୭ ମିନିଟ ଶୁଣାଣି ପରେ ତାଙ୍କୁ ବେଲ୍‌ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ