Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPL 2023: ଜାଣନ୍ତୁ କେଉଁ ବ୍ୟାଟର-ବୋଲରଙ୍କ ହାତରେ ରହିଛି ଅରେଞ୍ଜ କ୍ୟାପ୍ ଏବଂ ପର୍ପଲ୍ କ୍ୟାପ୍

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକପ୍ରିୟ ଏବଂ ଧର୍ଣ୍ଣାଢ୍ୟ କ୍ରିକେଟ୍ ଲିଗ୍ ଆଇପିଏଲ୍ ୨୦୨୩ ଆରମ୍ଭ ହୋଇ ସାରିଛି। ଛକା-ଚୌକାର ବେଶ ଆନନ୍ଦ ଉଠାଉଛନ୍ତି ଦର୍ଶକ। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ପାଇଁ ଅରେଞ୍ଜ କ୍ୟାପ୍ ଏବଂ ସର୍ବାଧିକ ଓ୍ଵିକେଟ୍ ପାଇଁ ପର୍ପଲ କ୍ୟାପକୁ ନେଇ ଖେଳାଳିଙ୍କ ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଓପନର ଋତୁରାଜ ଗାଏକଓ୍ଵାର୍ଡଙ୍କ ନିକଟରେ ଅରେଞ୍ଜ କ୍ୟାପ୍ ଏବଂ ମାର୍କ ଉଡଙ୍କ ନିକଟରେ ରହିଛି ପର୍ପଲ୍ କ୍ୟାପ୍। ହେଲେ ଏହି ଖେଳାଳିଙ୍କୁ ଶୀଘ୍ର ଟକ୍କର ଦେବାକୁ ଅନ୍ୟ ଖେଳାଳି ଲଗାତାର ପ୍ରଦର୍ଶନ କରି ଆଗକୁ ବଢୁଛନ୍ତି। ଗୁଜରାଟ୍ ଟାଇଟନ୍ସର ବ୍ୟାଟର ସାଇ ସୁଦର୍ଶନ ଶୀର୍ଷ ୫ରେ ପ୍ରବେଶ କରିଛନ୍ତି ଏବଂ ରନ ମାମଲାରେ ବିରାଟ କୋହଲିଙ୍କୁ ଅତିକ୍ରମ କରିଛନ୍ତି।

ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ଋତୁରାଜ ଗାଏକଓ୍ଵାଡ ୧୪୯ ରନ କରି ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ଲକ୍ଷ୍ନୌ ସୁପର ଜାଏଣ୍ଟସର କାଇଲ ମେୟର୍ସ ୧୨୬ ରନ କରି ଦ୍ଵିତୀୟରେ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ତିଳକ ବର୍ମା ୮୪ ରନ ସହିତ ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣର ୯୩ ରନ ସହିତ ତୃତୀୟ ସ୍ଥାନକୁ ଉଠିଛନ୍ତି।

ଆଇପିଏଲ୍ ୨୦୨୩ର ଶୀର୍ଷ ବ୍ୟାଟର
୧୪୯ ରନ- ଋତୁରାଜ ଗାଏକଓ୍ଵାଡ
୧୨୬ ରନ- କାଇଲ ମେୟର୍ସ
୯୩ ରନ- ଡେଭିଡ୍ ଓ୍ଵାର୍ଣ୍ଣର
୮୪ ରନ- ତିଳକ ବର୍ମା
୮୪ ରନ- ସାଇ ସୁଦର୍ଶନ

ଆଇପିଏଲ୍ ୨୦୨୩ର ଶୀର୍ଷ ୫ ବୋଲରଙ୍କ ଉପରେ ନଜର ପକାଇଲେ ଗୁଜରାଟ୍ ଟାଇଟନ୍ସ ଖେଳାଳିଙ୍କ ଜଲଓ୍ଵା ଦେଖିବାକୁ ମିଳିଛି। ମାର୍କ ଉଡ୍ ୮ ଓ୍ଵିକେଟ୍ ନେଇ ପ୍ରଥମ ସ୍ଥାନରେ ଥିବା ବେଳେ ସ୍ପିନର ରଶିଦ ଖାନ ୫ ଓ୍ଵିକେଟ୍ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଲକ୍ଷ୍ନୌର ସ୍ପିନର ରବି ବିଷ୍ନୋଇ ଏବଂ ଗୁଜରାଟର ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ଶୀର୍ଷ ୫ରେ ଅଛନ୍ତି। ପଞ୍ଚମରେ ଅଛନ୍ତି ୟୁଜବେନ୍ଦ୍ର ଚହଲ।

ଆଇପିଏଲ ୨୦୨୩ର ଶୀର୍ଷ ୫ ବୋଲର
୮ ଓ୍ଵିକେଟ୍- ମାର୍କ ଉଡ୍
୫ ଓ୍ଵିକେଟ୍- ରଶିଦ ଖାନ
୫ ଓ୍ଵିକେଟ୍- ରବି ବିଷ୍ନୋଇ
୫ ଓ୍ଵିକେଟ୍- ମହମ୍ମଦ ଶାମି
୪ ଓ୍ଵିକେଟ୍- ୟୁଜବେନ୍ଦ୍ର ଚହଲ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ