Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଷାନାଳରେ ବିଏସଏନଏଲ୍ ଟାୱାର ଅଚଳ : କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଲୋକେ

କଳାହାଣ୍ଡି,୧୧/୧୨-ସପ୍ତାହ ସପ୍ତାହ ଧରି ଅଚଳ ହୋଇପଡ଼ୁଥିବା ମୋବାଇଲ୍ ନେଟୱର୍କକୁ ନେଇ ଜନ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି ! ବାରମ୍ବାର ଦାବି ଓ ଅଭିଯୋଗ ପରେ କୌଣସି ସ୍ଥାୟୀ ସମାଧାନ ନକରିବା, ଲୋକଙ୍କ ସମସ୍ୟାକୁ ଲଗାତାର ଅଣଦେଖା କରିବା ବିଏସ୍ଏନ୍ଏଲ୍ ପାଇଁ ଅଡ଼ୁଆ ପରିସ୍ଥିତି ସ୍ରୁଷ୍ଟି କରିଛି ! ଏପରିକି ଅଚଳ ଟାୱାର ସଜାଡ଼ିବାକୁ ଯାଇଥିବା କର୍ମଚାରୀଙ୍କୁ ଦୀର୍ଘ ସମୟ ଯାଏଁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ ! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳଠାରେ ! ମୋବାଇଲ୍ ନେଟୱର୍କ ସମସ୍ୟାକୁ ନେଇ ଲୋକେ ଆଜି ଦିନ ତମାମ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କୁ ତାଲା ପକାଇ ଅଟକ ରଖିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ! ଏପରିକି ଉତ୍ୟକ୍ତ ଲୋକେ ବିଏସଏନ୍ଏଲ୍ ର ଟିଡିଏମ୍ ଆସିଲେ ଓ ସମସ୍ୟାର ସ୍ଥାୟୀ ସମାଧାନ ଓ ୪ଜି ସେବା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲେ କର୍ମଚାରୀଙ୍କୁ ଛାଡ଼ିବୁ ବୋଲି ଜିଦ୍ ଧରିବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା I ଅପରପକ୍ଷରେ ଉତ୍ୟକ୍ତ ଲୋକଙ୍କ ଭୟରେ ଟିଡିଏମ୍ ନିଜେ ନଆସି ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ ତହସିଲଦାର କିରଣ କୁମାର ମହାନ୍ତି, ବିଶ୍ଵନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ସନ୍ଧ୍ୟାରେ କର୍ମଚାରୀଙ୍କୁ ମୁକ୍ତ କରିଥିବା ଜଣାପଡ଼ିଛି I ସେହିପରି ଗ୍ରାମବାସୀ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ସହିତ ଅଞ୍ଚଳର ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଖୁବ୍ ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ