ସିଆରପିଏଫ୍ ୬୪ ବାଟାଲିୟନ ତରଫରୁ ସିକେରକୁପାଠାରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ


କଳାହାଣ୍ଡି,୧୧/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପାସ୍ଥିତ ସିଆରପିଏଫ ୬୪ ବାଟାଲିୟନ ପକ୍ଷରୁ ଆଜି କ୍ୟାମ୍ପ୍ ପରିସରରେ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ! ସିଆରପିଏଫ୍ ଓଡ଼ିଶା ସେକ୍ଟର ଆଇଜି ଡ. ଅର୍ଚ୍ଚନା ଶିବହରିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏଇ ଶିବିରରେ ଲାଞ୍ଜିଗଡ଼ରୋଡ଼ ଏବଂ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ୪୦୦ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ! ଏଥିରେ ସେକେଣ୍ଡ ଇନ୍ କମାଣ୍ଡ ପି.କେ. ମିଶ୍ର, ୮ ବାଟାଲିୟନ ସିଏମ୍ଓ ଡ. ସେଲ୍ କ୍ରିଷ୍ଣା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସ୍ମିତା ଆର୍.ଏସ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ନିମାଇଁ ହରିଚରଣ ଗହୀର, ଡା. ଜିତେନ୍ଦ୍ର ମାଝୀ, ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିରୁପମା ନାୟକ ପ୍ରମୁଖ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ ! ସ୍ଥାନୀୟ ଆଶା, ଅଙ୍ଗନୱାଡି କର୍ମୀଙ୍କ ସମେତ ବାଟାଲିୟନର ଜବାନ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ !