Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ରାହୁଲଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷିତ କରାଗଲା, ମାତ୍ର ବିଜେପି ସାଂସଦଙ୍କ ବିରୋଧରେ ନିଆଗଲାନି କାର୍ଯ୍ୟାନୁଷ୍ଠାନ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ପାର୍ଟି ଲଗାତାର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି। ଏହା ମଧ୍ୟରେ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବାଚସ୍ପତିଙ୍କୁ ଚିଠି ଲେଖି ଆଇନର ସମାନତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବିଜେପିର ଅନ୍ୟ ଜଣେ ସାଂସଦଙ୍କୁ ୨୦୧୬ରେ ଅଯୋଗ୍ୟତାର ସାମ୍ନା କରିବାକୁ ପଡିନଥିଲା। ବିଜେପି ନେତା ଏକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ତିନି ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ। ତଥାପି ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇନଥିଲା।

ଅଧୀର ରଞ୍ଜନ କହିଛନ୍ତି, ରାହୁଲଙ୍କ ମାମଲା ଏବଂ ୨୦୧୬ରେ ଅମରେଲି ସାଂସଦ ନାରନଭାଇ ଭିଖାଭାଇ କଛଡିଆଙ୍କ ମାମଲାରେ ସମାନତା ରହିଥିଲା। ଗତ ଲୋକସଭା ନିର୍ବାଚନରେ ତତ୍କାଳୀନ ସାଂସଦ ନାରନଭାଇ ଆଇପିସିର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ ହେବା ସହ ତିନି ବର୍ଷ ଜେଲ୍ ଦଣ୍ଡ ପାଇଥିଲେ। ସେ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ହେଁ ନିରାଶ ହୋଇଥିଲେ। ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ ହେଁ ତାଙ୍କ ଦୋଷୀ ସାବ୍ୟସ୍ତକୁ କାଏମ ରଖିଥିଲେ।

ଅଧୀର ଚିଠିରେ ରଞ୍ଜନ ଲେଖିଛନ୍ତି, ମାତ୍ର ଜନପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୮ର ପ୍ରାବଧାନ ଅନୁସାରେ କଛଡିଆଙ୍କୁ ଲୋକସଭାର ସଦସ୍ୟ ଭାବେ ଅଯୋଗ୍ୟ ଘୋଷିତ କରାଯିବାର ଥିଲା। ହେଲେ ତତ୍କାଳୀନ ବାଚସ୍ପତି ସଦସ୍ୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ବିଡମ୍ବନାର କଥା ଯେ, ସମାନ ମାମଲାରେ ଜଣଙ୍କୁ ଗୃହରେ ଅଯୋଗ୍ୟ ସିଦ୍ଧ କରାଯାଉଥିବା ବେଳେ ଅନ୍ୟ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ଏହା କେଉଁ ପ୍ରକାରର ଆଇନ ବୋଲି ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ