Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ଭାଗ ନେଲେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର କର୍ମକର୍ତ୍ତା

କଳାହାଣ୍ଡି,୧୫/୧୨-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଡିଆଇଇଟି ସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ମୋଟ ୨୮ଟି ନିଯୁକ୍ତି ଦାତା ଅଂଶ ଗ୍ରହଣ କରିଥିଲେ। ଏହି ନିଯୁକ୍ତି ମେଳାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ଉଦ୍ୟମରେ ୯୬ ଜଣ ଦିବ୍ୟାଙ୍ଗ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିବାବେଳେ ପ୍ରାୟ ୧୦ ଜଣ ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। ଏହି ଅବସରରେ କଳାହାଣ୍ଡି ବଣିକ ସଂଘ ମଧ୍ୟ ବିଭିନ୍ନ ବ୍ୟବସାୟ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମଞ୍ଚର ୧୩ଟି ବ୍ଲକର କର୍ମକର୍ତ୍ତା ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ