Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁର କୁଆଙ୍ଗବସାଠାରେ ଶିଶୁ ମହୋତ୍ସବ ଅନୁଷ୍ଠିତ

କଳାହାଣ୍ଡି,୧୭/୧୨-ଗ୍ରାମ ପୁନଃ ନିର୍ମାଣ ସଂସ୍ଥା ନେତୃତ୍ବରେ ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ନିକଟସ୍ଥ କୁଆଙ୍ଗବସାସ୍ଥିତ ଯୁବ କୌଶଳ ତାଲିମ କେନ୍ଦ୍ରଠାରେ ହର୍ଷୋଲ୍ଲାସ ସହିତ ଶିଶୁ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଏକ୍ସଆଇଏମ୍ ର ଅନମୋଲ ସାହୁ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମୁସକାନ କୌଶଲ୍ ଓ ଫାଦର ଜର୍ଜ ଆନ୍ଥୋନୀ ଯୋଗ ଦେଇଥିଲେ। ଅଞ୍ଚଳର ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ଓ ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶ ପାଇଁ ଏପରି ଉତ୍ସବର ଆବଶ୍ୟକତା ରହିଛି ଏବଂ ସ୍ଥାନୀୟ ଜନସାଧାରଣଙ୍କ ଭାଗିଦାରିତା ଏହାକୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଭିଆରଓର ପରିଚାଳିକା ପାର୍ବତୀ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ଉତ୍ସବରେ ସଂସ୍ଥା ଦ୍ବାରା ପରିଚାଳିତ ପାଞ୍ଚଟି ସାନ୍ଧ୍ୟକାଳୀନ ବିଦ୍ୟାଳୟର ୧୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହାପରେ ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ