Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି,୧୭/୧୨-ସମ୍ବଲପୁରରୁ ରାୟଗଡ଼ାକୁ ସଂଯୋଗ କରୁଥିବା ନର୍ଲାରୋଡ-ଲାଞ୍ଜିଗଡ଼ରୋଡ଼ ରେଳ ଷ୍ଟେସନ ପାଣିମୁଣ୍ଡା- ବାଙ୍କେଲ ମଝିରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତ ଯୁବକ ଜଣକ ଲାଞ୍ଜିଗଡରୋଡର ବାସିନ୍ଦା ଓ ସେ ନର୍ଲାରୋଡରୁ ଚୂଡା ମିଲିଂ କରି ରେଳଧାରଣା ଦେଇ ଘରକୁ ଫେରୁଥିଲେ ବୋଲି ଜଣାପଡିଛି । ତେବେ ରେଳ ଧାରଣା ନିକଟ ଦେଇ ସେ ଯାଉଥିବାବେଳେ କୌଣସି ଅଜଣା ଟ୍ରେନ୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ଜୀବନ ଯାଇଥିବାବେଳେ ଟିଟିଲାଗଡ ରେଳବାଇ ପୁଲିସ ପକ୍ଷରୁ ଶବ ଉଦ୍ଧାର କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ