Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ଡିଗ୍ରୀ ତଳେ ପାରଦ : ଜାଡ଼ରେ ଥରୁଛି କଳାହାଣ୍ଡି

କଳାହାଣ୍ଡି,୨୧/୧୨-ଲଗାତାର ତିନିଦିନ ହେଲା ପ୍ରବଳ ଜାଡ଼ରେ ଥରୁଛି ସମଗ୍ର କଳାହାଣ୍ଡି ଜିଲ୍ଲା। ଶୀତ ଲହରୀର ପ୍ରଭାବରେ ରାତିରେ ତାପମାତ୍ରା ହଠାତ ହ୍ରାସ ପାଇଯାଉଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଆସୁଥିବା ଲକ୍ଷ୍ୟ କରାଯାଇଛି। ଏପରିକି କଳାହାଣ୍ଡିର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ଏବଂ ଲାଞ୍ଜିଗଡ ଅଞ୍ଚଳରେ ସନ୍ଧ୍ୟା ସମୟରୁ ତାପମାତ୍ରା ଖସିଯିବା ସହିତ ପାହାନ୍ତି ପ୍ରହର ଆଡ଼କୁ ୬ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ଖସିଯାଉଛି। ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ଥଣ୍ଡାର ପ୍ରଭାବ ଅସହ୍ୟ ହୋଇପଡିଛି। ଗ୍ରାମାଞ୍ଚଳରେ ଲୋକେ ଉହ୍ମେଇ ଜାଳି ନିଆଁ ପୋଉଁଥିବା ଦେଖିବାକୁ ମିଳୁଛି। ସେହିପରି ସହରାଞ୍ଚଳରେ ଦିନ ଦଶଟା ଯାଏଁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏପରିସ୍ଥଳେ କର୍ମଜୀବୀଙ୍କ ସମେତ ଚାଷୀ ମୁଲିଆମାନଙ୍କ ପାଇଁ ଜୀବନ ଦୁର୍ବିସହ ହୋଇପଡିଛି। ଶୀତ ଲହରିର ପ୍ରଭାବ ଆଉକିଛି ଦିନ ଜାରି ରହିବ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ