Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ନିରାଶ ହେଲେ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌। ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ୍‌ ଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କୋର୍ଟ କହିଛନ୍ତି ଯେହେତୁ ଆବେଦନକାରୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଏହି ଘଟଣାର ପ୍ରତ୍ୟକ୍ଷ ଅଭିଯୁକ୍ତ, ଜାମିନ ମିଳିଲେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି। ତେଣୁ ଆମେ ତାଙ୍କୁ ଜାମିନ ପ୍ରଦାନ କରିପାରିବୁ ନାହିଁ।

କୋର୍ଟ ସତ୍ୟେନ୍ଦ୍ରଙ୍କ ସମେତ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଛନ୍ତି।

ସୂଚନା ଥାଉ କି, ୨୦୧୭ ଅଗଷ୍ଟ ୨୪ ତାରିଖରେ ସିବିଆଇ ପୂର୍ବତନ ସ୍ବାସ୍ତ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଗତବର୍ଷ ମେ ୨୨ରେ ସେ ୧.୬୮ କୋଟି ଟଙ୍କାର ବେଆଇନ ସମ୍ପତ୍ତି ମାମଲାରେ ଗିରଫ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ