Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଭାଷାକୁ ଅଣଦେଖା କରୁଛି କେନ୍ଦ୍ର; ଏଭଳି ଅପମାନ ଗ୍ରହଣଯୋଗ୍ୟ ନୁହେଁ କହିଲେ ସାଂସଦ

ନୂଆଦିଲ୍ଲୀ: ଓଡ଼ିଆ ଭାଷାକୁ ସମ୍ମାନ ଦେଉନାହାନ୍ତି କେନ୍ଦ୍ର ସରକାର। ଅଣଦେଖା କରୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ସଂସ୍କୃତ ଭାଷା ପାଇଁ ୬୪୦ କୋଟି ଖର୍ଚ୍ଚ କରିଥିବା ବେଳେ ଓଡ଼ିଆ ଭାଷା ପାଇଁ ଗୋଟେ ବି ଟଙ୍କା ଖର୍ଚ୍ଚ ହୋଇନି। ଏଭଳି ଅଭିଯୋଗ ଉଠାଇଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ। ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଆକ୍ଷେପ କରି କହିଛନ୍ତି ସାଂସଦ ଜୟରାମ। କଂଗ୍ରେସର ଏହି କଥାକୁ ସମର୍ଥନ କରିଛି ବଜେଡି। ସାଂସଦ ଅମର ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ ‘କେନ୍ଦ୍ରର ଏହି ଅନ୍ୟାୟକୁ ରାଜ୍ୟବାସୀ ବରଦାସ୍ତ କରିବେ ତ ? ସତରେ କଣ ଓଡିଶା ପ୍ରତି କେନ୍ଦ୍ରର ଏହି ପ୍ରିତି ରହିଛି’ ବୋଲି ଟ୍ବିଟ କରିଛନ୍ତି ବିଜେଡି ସାଂସଦ  ।

ଓଡ଼ିଶା ଭାଷାକୁ ଅବହେଳା କରୁଛି କେନ୍ଦ୍ର। ୩ ବର୍ଷ ମଧ୍ୟରେ ମୋଦି ସରକାର ସଂସ୍କୃତ ଭାଷାର ବିକାଶ ପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  । ସେହିପରି ତାମିଲ ପାଇଁ ୨୪ କୋଟି, ତେଲୁଗୁ ପାଇଁ ୩ କୋଟି ଓ କନ୍ନଡ ପାଇଁ ୩ କୋଟି ଖର୍ଚ୍ଚ କରିଛନ୍ତି। କିନ୍ତୁ ମାଲାୟାଲମ ଓ ଓଡିଆ ପାଇଁ ଗୋଟିଏ ବି ଟଙ୍କା ବ୍ୟୟବରାଦ କରି ନାହାନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସରକାରଙ୍କ ଭାଷା ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରାଯିବ ନାହିଁ। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ଜୟରାମ। ଦେଶରେ ପ୍ରାୟ ୧୫ ହଜାର ଲୋକେ ସଂସ୍କୃତ ଭାଷାରେ କଥା ହୁଅନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ