Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋବାଇଲ ଦୋକାନରୁ ଚୋରି ଅଭିଯୋଗ

କଳାହାଣ୍ଡି,୨୫/୧୨-କଳାହାଣ୍ଡି ଜିଲ୍ଲା ନର୍ଲା ଚାରିଛକରେ ଥିବା ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ମୋବାଇଲ ଉପକରଣ ଚୋରି ହୋଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତିରେ ନର୍ଲା ଚାରିଛକର କଭର ୱାଲର୍ଡ ନାମକ ଦୋକାନର ପଛପଟେ କାନ୍ଥ ଭାଙ୍ଗି ଚୋରି ହୋଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି ।ଅଭିଯୋଗ ପାଇବା ପରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୋକାନରୁ ବହୁ ଦାମୀ ମୋବାଇଲ ସହ ମୋବାଇଲ ଉପକରଣ ଚୋରି ହୋଇଥିବା ଜଣାପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ