Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି କୁମ୍ଭାର ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସୁରମା ରାଣୀ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି:୩/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କୁମ୍ଭାର ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ସୁରମା ରାଣୀ ମିଶ୍ର ନୂଆବର୍ଷ ରେ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏହି ଅବସରରେ ସ୍କୁଲର ପ୍ରଧାନ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଅଧକ୍ଷତାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସି ଆର ସି ସି ଉମା ପତି, ଶିକ୍ଷୟତ୍ରୀ ଅନୁପମା ଟାଟା, ସସ୍ମିତା ପଣ୍ଡା, ବବିତା ପାଢ଼ୀ, ସରିତା ପଟ୍ଟନାୟକ, ଶିକ୍ଷକ ଜୟଦେବ ଗମାଙ୍ଗ ପ୍ରମୁଖ ଉଦବୋଧନ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ ଶ୍ରୀମତୀ ସୁରମା ରାଣୀ ମିଶ୍ର ଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସେମାନେ ତାଙ୍କ ବକ୍ତବ୍ୟରେ ଶିକ୍ଷୟତ୍ରୀ ଶ୍ରୀମତୀ ସୁରମା ରାଣୀ ମିଶ୍ର ଜଣେ ଛାତ୍ର ଛାତ୍ରୀ ବ୍ରସଳ ଥିଲେ ଏବଂ କ୍ଲାସ ରେ ପାଠ ପଢାଇ ବାରେ କେବେ ହେଳା କରୁନଥିଲେ କୁମ୍ଭାର ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କର କାର୍ଯ୍ୟ କଳାପ ଏବଂ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇ ବାର ଶୈଳୀ ସଦାବେଳେ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ପରିଶେଷରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ସୁରମା ରାଣୀ ମିଶ୍ର ସ୍କୁଲରେ ଅଧ୍ୟୟନ ରତ ୭୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ତରଫରୁ ଗୋଟିଏ ଗୋଟିଏ ସ୍କୁଲ ବ୍ୟାଗ୍ ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ