Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ବ୍ଲକ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ସୁଉଚ୍ଚ ତ୍ରିରଙ୍ଗା ପତାକା ସ୍ତମ୍ବକୁ ଉଦ୍ଘାଟନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି:୩/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଆଜି ବଢ଼ାନ୍ୟ ଉତ୍ସବରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ୧୯ମିଟର ଉଚ୍ଚ ବିଶିଷ୍ଟ ସ୍ତମ୍ଭରେ ୧୬ଫୁଟ ଓସାର ସହ ୨୪ଫୁଟ ଲମ୍ବ ବିଶିଷ୍ଟ ତ୍ରିରଙ୍ଗା ପତାକା କୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିରେନ୍ଦ୍ର କୁମାର ଜଗତ ନିଜ ସହକର୍ମୀଙ୍କ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହା ସଙ୍ଗେ ତିବତିଆନ ମନ୍ଦିର ମୁଖ୍ୟ ଗୁରୁଜୀ ଖେନ୍ପୋ ପେମା ଙ୍କ ସହ ସ୍ଥାନୀୟ ତିବତିଆନ କମିଟି ଅଧିକାରୀ ଚେମ୍ପାଲ ଦଣ୍ଡୁପ୍ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜିଲ୍ଲାପାଳ ତ୍ରିରଙ୍ଗା ପତାକା ସ୍ତମ୍ବ ଉଦଘାଟନ ପରେ ଜଳ ସେଚନ ବିଭାଗ ପକ୍ଷରୁ ପନ୍ଦର ଲକ୍ଷ ଟଙ୍କାର ହେବାକୁ ଥିବା ଅତିଥି ଭବନର ଶିଳାନ୍ୟାସ କରିଥିଲେ। ଏହି ସମାରୋହରେ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜଗନ୍ନାଥ ଦ୍ଵିପ ଧୂପ ଦେଇ ଶିଳାନ୍ୟାସ କରିଥିଲେ। ଏହି ଦୁଇ କାର୍ଯ୍ୟକ୍ରମରେ ସମସ୍ତ ତିବତିଆନ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ ଆଗାମୀ ଦିନରେ ଏହି ଅଞ୍ଚଳ ରାଜ୍ୟରେ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ମୁଖ୍ୟ ଆକର୍ଷଣ ହେବ ବୋଲି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ