Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସ୍ତରୀୟ ଲୁଇବ୍ରେଲ ଜୟନ୍ତୀରେ ବ୍ରହ୍ମପୁର ବ୍ରେଲ୍‌‍ ପ୍ରେସ ମ୍ୟାନେଜର ପ୍ରକାଶ ରଥ ସମ୍ମାନିତ

ପାରଳାଖେମୁଣ୍ଡି:୫/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲ ଲିପିର ଉଦଭାବକ ମହାତ୍ମା ଲୁଇବ୍ରେଲଙ୍କ ୧୧୫ତମ ଜୟନ୍ତୀ ତଥା ବିଶ୍ଵ ବ୍ରେଲ ଦିବସ ଅବସରରେ ଗୁରୁବାର ସ୍ଥାନୀୟ ପଞ୍ଚାୟତିରାଜ ତାଲିମ ଭବନ ଠାରେ ଆୟୋଜିତ ସମାବେଶରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ଵାରା ରଚିତ ବ୍ରେଲ ଲିପିରେ ‘ବିୟଣ୍ଡ ହିୟର୍‌‍ ଏଣ୍ଡ ଅଦର୍‌‍ ପୋଇମସ୍‌‍’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏଥିସହ ନୂତନ ବର୍ଷ-2024ର ଓଡ଼ିଆ ବ୍ରେଲ କ୍ୟାଲେଣ୍ଡର ଉନ୍ମୋଚନ ହୋଇଥିଲା। ଏହି ଅବସରରେ 1986 ମସିହାରୁ ବ୍ରହ୍ମପୁର ସହରରେ ପ୍ରତିଷ୍ଠିତ ଏକମାତ୍ର ବ୍ରେଲ ପ୍ରେସ୍‌‍ର ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଓଡ଼ିଶାର 32ଟି ଦୃଷ୍ଟିହୀନ ବିଦ୍ୟାଳୟକୁ ବ୍ରେଲ ପୁସ୍ତକ ପ୍ରଦାନ କରିବାରେ ବ୍ରହ୍ମପୁର ବ୍ରେଲ ପ୍ରେସର ଅବଦାନ ରହିଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ଆରତୀ ପଟ୍ଟନାୟକ, କୋର୍ସ ସଂଯୋଜକ ଅଞ୍ଜଳି ଦାସ, ପ୍ରଶିକ୍ଷକ ପ୍ରେମାନନ୍ଦ ମିଶ୍ର, ଅଧ୍ୟାପକ ମୂରଲୀଧର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories