Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି:୮/୧ ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ହରଭଙ୍ଗୀ ଜଳଭଣ୍ଡାରରେ ନିର୍ଭର କରୁଥିବା ହରଭଙ୍ଗୀ ଆଦିବାସି ପ୍ରାଥମିକ ସମବାୟ ସମିତିର ସଭ୍ୟମାନଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ଅବତରଣ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି। ତା ସଙ୍ଗେ ସଙ୍ଗେ ହରଭଙ୍ଗୀ ଜଳଭଣ୍ଡାରେ ଉନ୍ନତ ମାନର ଆଙ୍ଗୁଳିକା ଯାଆଁଳ ମାଛ ଛଡ଼ାଗଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେଶ ଚନ୍ଦ୍ର ବେହେରା, ମତ୍ସ୍ୟ ଉପ ନିର୍ଦ୍ଦେଶକ, ଶ୍ରୀମତୀ ଲିସା ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ, ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର ଓ ହରଭଙ୍ଗୀ PFCS ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

More Stories