Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫୫ ଦେଶର ପବିତ୍ର ନଦୀର ଜଳରେ ହେବ ପ୍ରଭୁ ଶ୍ରୀରାମଙ୍କ ଜଳାଭିଷେକ

ଅଯୋଧ୍ୟା: ୧୫୫ ଦେଶର ପବିତ୍ର ନଦୀର ଜଳରେ ହେବ ଶ୍ରୀରାମଙ୍କ ଜଳାଭିଷେକ। ତେବେ ଖବର ମୁତାବକ ରାମ ମନ୍ଦିରରେ ପାକିସ୍ଥାନ, ଚୀନ୍, ଇରାନ, ଆରବ ଦେଶ, ଆମେରିକା ସମେତ ୧୫୫ ଟି ଦେଶର ନଦୀରୁ ପବିତ୍ର ଜଳ ଯୋଗାଇ ଦିଆଯିବ।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ସେହି ସମୟରେ ଦେଶର ପ୍ରାୟ ୧୦୦୦ଟି ସ୍ଥାନରୁ ଜଳ ଓ ବାଲି ଅଣାଯାଇ ଅର୍ପଣ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଜେପି ନେତା ଡକ୍ଟର ବିଜୟ ଜୋଲି ବିଶ୍ୱର ବିଭିନ୍ନ ଦେଶର ପବିତ୍ର ନଦୀରୁ ଜଳ ଆଣି ପ୍ରଭୁ ଶ୍ରୀରାମଙ୍କ ଜଳାଭିଷେକ କରିବା ପାଇଁ ସଂକଳ୍ପ ନେଇଥିଲେ।

ସେ କହିଛନ୍ତି ଯେ ଅଗଷ୍ଟ ୨୦୨୦ ରୁ ବିଶ୍ବର ବିଭିନ୍ନ ନଦୀ ଓ ସମୁଦ୍ରରୁ ଜଳ ସଂଗ୍ରହ ଆରମ୍ଭ ହୋଇଥିଲ। ସେ କହିଛନ୍ତି ଯେ କରୋନା ଅବଧି ସମୟରେ ପୃଥିବୀର ୧୫୫ ଟି ଦେଶରୁ ଜଳ ସଂଗ୍ରହ କରାଯାଇ ଭାରତକୁ ଅଣାଯାଇଥିଲା। ଜଳାଭିଷେକ ପାଇଁ ୧୫୫ ଦେଶରୁ ଜଳ ସଂଗ୍ରହର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯାହା ୨୩ ଏପ୍ରିଲରେ ମୁକ୍ତିଲାଭ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ