Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦଯାପିତ ହେଲା ଲାଞ୍ଜିଗଡ଼ରୋଡ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

କଳାହାଣ୍ଡି,୧୦/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ! ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଞ୍ଚାୟତସ୍ତରୀୟ ଉତ୍ସବର ଉଦଘାଟନୀ ସମାରୋହରେ ଅତିଥି ଭାବେ ଲାଞ୍ଜିଗଡ଼ ରୋଡ଼ ଜୁନିୟର କଲେଜର ଅଧ୍ୟାପକ ସରୋଜ ଜେନା, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ସମିତିସଭ୍ୟ କନୌଜ ରାଉତ, କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ଉପଦେଷ୍ଟା ସନ୍ତୋଷ ତୁଳ, ସଭାପତି ନୀଲେଶ କୁମାର ନାଗ, ଶିକ୍ଷୟିତ୍ରୀ ରୀନା ମହାପାତ୍ର, ଲକ୍ଷ୍ମୀ ନାୟକ, ପୂର୍ବତନ ନାଏବ ସରପଞ୍ଚ କେଶବ ଚନ୍ଦ୍ର ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର, ସମ୍ମାନିତ ଅତିଥି ଭାବେ ଏମବିକେ ସନ୍ତୋଷୀ ଗହୀର ପ୍ରମୁଖ ଯୋଗ ଦେଇଥିଲେ। ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ନରେନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାନନ୍ଦ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାର ପରିଚାଳନା କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉତ୍ସବକୁ ଗ୍ରାମ ରୋଜଗାର ସେବକ ଧର୍ମରାଜ ବାଗ, ଯୋଗାଣ ସହାୟକ ନାରାୟଣ ପଟ୍ଟନାୟକଙ୍କ ସମେତ ୱାର୍ଡ ସଭ୍ୟ, ସଭ୍ୟା, ଏମବିକେ, ସିଆରପି, ଆଶା, ଅଙ୍ଗନବାଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ