IPLରେ ଏହି ୫ ବ୍ୟାଟର ସବୁଠୁ ଅଧିକ ୨୦୦+ ଷ୍ଟ୍ରାଇକ ରେଟରେ କରିଛନ୍ତି ବ୍ୟାଟିଂ


ନୂଆଦିଲ୍ଲୀ: ଆଇପିଏଲର ଏ ପର୍ଯ୍ୟନ୍ତ ୧୫ଟି ସଂସ୍କରଣ ପୂରା ହୋଇ ସାରିଛି। କଣ ଆପଣ ଜାଣିଛନ୍ତି କି କେଉଁ ବ୍ୟାଟର ଆଇପିଏଲରେ ସବୁଠୁ ଅଧିକ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ବ୍ୟାଟରଙ୍କ ବିଷୟରେ…
୧ – କିରଣ ପୋଲାର୍ଡ

ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଲରାଉଣ୍ଡର କିରଣ ପୋଲାର୍ଡ ସର୍ବାଧିକ ଥର ଆଇପିଏଲରେ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଛନ୍ତି। ସେ ୩୨ଟି ଇନିଂସରେ ଏହି କାରନାମା କରିଛନ୍ତି।

୨- ମହେନ୍ଦ୍ର ସିଂହ ଧୋନୀ


ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ସେ ୨୭ ଥର ଆଇପିଏଲରେ ୨୦୦ରୁ ଉର୍ଦ୍ଧ୍ଵ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଛନ୍ତି।

୩- ଏବି ଡିଭିଲିୟର୍ସ


ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ମିଷ୍ଟର ୩୬୦ ଅର୍ଥାତ ଏବି ଡିଭିଲିୟର୍ସ। ଆରସିବିର ଏହି ପୂର୍ବତନ ବ୍ୟାଟର ୨୬ ଥର ଆଇପିଏଲରେ ଏହି କମାଲ କରିଛନ୍ତି। ସେ ଏହି ଲିଗରୁ ସନ୍ନ୍ୟାସ ନେଇ ସାରିଛନ୍ତି।

୪ – ରବୀନ୍ଦ୍ର ଜାଡେଜା


ରବୀନ୍ଦ୍ର ଜାଡେଜା ମଧ୍ୟ ତାଲିକାରେ ଅଛନ୍ତି। ସେ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି। ସେ ଆଇପିଏଲରେ ୨୫ ଥର ୨୦୦ରୁ ଉର୍ଦ୍ଧ୍ଵ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି।

୫- ହାର୍ଦ୍ଦିକ ପାଣ୍ଡ୍ୟା


ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବହୁତ ମ୍ୟାଚ୍ ଖେଳିଥିବା ପାଣ୍ଡ୍ୟା ୨୪ ଥର ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି।