Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୦୨୪ ସିବିଏସ୍‌ସି ବୋର୍ଡ ପରୀକ୍ଷାରେ ହୋଇପାରେ ବଡ଼ ପରିବର୍ତ୍ତନ; ବଦଳିଯିବ ଦଶମ ଓ ଦ୍ବାଦଶ ବୋର୍ଡ ପ୍ରଶ୍ନପତ୍ର ପ୍ରକ୍ରିୟା

ନୂଆଦିଲ୍ଲୀ: ୨୦୨୪ ସିବିଏସ୍‌ସି ବୋର୍ଡ ପରୀକ୍ଷାରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ। ଏ ନେଇ ସିବିଏସ୍‌ସି ପକ୍ଷରୁ ୨୦୨୪ ବୋର୍ଡ ପରୀକ୍ଷା ନିମନ୍ତେ ଘୋଷଣା କରାଯାଇଛି । ଏହାଦ୍ବାରା ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି ଓ ବିଚାରଧାରାର ବିକାଶ କରାଯାଇପାରିବ।

ଏହି ପରିବର୍ତ୍ତିତ ନିୟମ ୨୦୨୩-୨୪ ଶିକ୍ଷବର୍ଷରୁ ଲାଗୁ କରାଯିବ । ସିବିଏସଇ ନିର୍ଦ୍ଦେଶକ ଜୋସେଫ ଏମାନୁଏଲଙ୍କ କହିବା ଅନଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ପିଲାଙ୍କ ଯୋଗ୍ୟତା ଭିତ୍ତିକ ମୂଲ୍ୟାୟନ କରିବା ପାଇଁ ପରୀକ୍ଷା ଏବଂ ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ ।

ସୂଚନା ଅନୁଯାୟୀ, ୨୦୨୪ ବୋର୍ଡ ପରୀକ୍ଷାରେ  ମଲଟିପୁଲ ଚଏସ୍‌ ପ୍ରଶ୍ନ ଉପରେ ବେଶି ଗୁରୁତ୍ୱ ଦିଆଯିବ । ଅନ୍ୟପକ୍ଷରେ ଛୋଟ ଏବଂ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ କମ କରାଯିବ ବୋଲି ପିଟିଆଇ ସୂତ୍ରରୁ ଜଣାଯାଇଛି । ଏହି ପରିବର୍ତ୍ତନ ନ୍ୟାସନାଲ ଏଡୁକେସନ୍‌ ପଲିସି ୨୦୨୦ର ଅନୁମତି କ୍ରମେ କରାଯାଇଛି ।

ପରୀକ୍ଷାରେ ୫୦ ପ୍ରତିଶତ ମଲ୍‌ଟିପଲ୍‌ ଚଏସ୍‌ ପ୍ରଶ୍ନ ଆସିବ। ପୂର୍ବରୁ ଏମ୍‌ସିକ୍ୟୁ ୪୦ ପ୍ରତିଶତ ମାର୍କର ପଡୁଥିଲା । ଏହା ମୋଟ ନମ୍ବରର ୨୦ ପ୍ରତିଶତ ପଡିବ । ସେହିପରି ସଂକ୍ଷିପ୍ତ ଏବଂ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ୪୦ ପ୍ରତିଶତରୁ ୩୦ ପ୍ରତିଶତକୁ କମାଇ ଦଆଯାଇଛି ।