Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମିଲା ସିଏନ୍‌ଜି ଓ ପିଏନ୍‌ଜି ଦର

ନୂଆଦିଲ୍ଲୀ: କମିଲା ସିଏନ୍‌ଜି ଓ ପିଏନ୍‌ଜି ଦର। ସିଏନ୍‌ଜି ମୂଲ୍ୟ ଲିଟର ପ୍ରତି ୮.୧୩ ଟଙ୍କା ହ୍ରାସ ପାଇଥିବା ବେଳେ ପିଏନ୍‌ଜି ଲିଟର ପ୍ରତି ୫.୬ ଟଙ୍କା କମିଛି। ଆଜି ମଧ୍ୟ ରାତ୍ରିରୁ ଏହି ନୂଆ ମୂଲ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି। ଗୁରୁବାର କେନ୍ଦ୍ର ସରକାର ଗ୍ୟାସ ମୂଲ୍ୟ ଉପରେ ନୂଆ ନିୟମ ଲାଗୁ କରିଥିଲେ। ଏହାପରେ ସିଏନ୍‌ଜି ଓ ପିଏନ୍‌ଜି ଦରରେ ହ୍ରାସ ହୋଇଛି।

ଦର ହ୍ରାସ କରିବା ପରେ ଏଜିଟିଏଲ୍‌ କହିଛି କେନ୍ଦ୍ର ସରକାର (ଏପିଏମ୍‌)କୁ ମଞ୍ଜୁର ଦେବା ପରେ କମ୍ପାନୀ ତା ଗ୍ରାହକଙ୍କୁ ଏହାର ଲାଭ ଦେବାକୁ ଯାଇ ମୂଲ୍ୟ ହ୍ରାସ କରିଛି।

ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗ୍ୟାସ ଦର ସହ ନୂଆ ନିୟମ ଲାଗୁ ନେଇ ସୂଚନା ଦେଇଥିଲେ। ଏଣିକି ଆମେରିକା ଓ କାନାଡ଼ା ଭଳି ଦେଶରେ ଗ୍ୟାସ୍‌ର ମୂଲ୍ୟ ଅନୁସାରେ ନୁହେଁ ଅଶୋଧିତ ତୈଳର ମୂଲ୍ୟ ନେଇ ବାର୍ଷିକ ବଦଳରେ ଏଣିକି ପ୍ରତି ମାସରେ ନୂଆ ଗ୍ୟାସ୍ ଦର ନିର୍ଦ୍ଧାରଣ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ