Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଧନୀ ଆହୁରି ଧନୀ ହୋଇ ଚାଲିଛି, ଗରିବ ଗରିବ ହୋଇ ଚାଲିଛି; ଏହା ବିଜେପିର ସାମାଜିକ ନ୍ୟାୟ’

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ କପିଲ୍ ସିବଲ ସାମାଜିକ ନ୍ୟାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଜେପି ପାର୍ଟି ଜନତାଙ୍କ ପାଇଁ ପ୍ରତିବଦ୍ଧ ଟିପ୍ପଣୀକୁ ନେଇ ସିବଲ୍ କହିଛନ୍ତି, ଏହି ସରକାରର ଶାସନରେ ଧନୀ ଆହୁରି ଧନୀ ହୋଇ ଚାଲିଛି, ଆଉ ଗରିବ ଅଧିକ ଗରିବ ହୋଇ ଚାଲିଛି।

ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ଅବସରରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ବିକାଶ, ବିଶ୍ଵାସ ଏବଂ ବିଚାରର ଧାରା ଦର୍ଶାଇ କହିଥିଲେ ଯେ, ସାମାଜିକ ନ୍ୟାୟ ହିଁ ତାଙ୍କ ପାର୍ଟିର ବିଚାରଧାରା ବୋଲି କହିଥିଲେ। ସିବଲ ବିଜେପି ସରକାର ସଂପର୍କିତ କିଛି ତଥ୍ୟ ଉଲ୍ଲେଖ କରି କହିଛନ୍ତି, ବିଜେପିର ସାମାଜିକ ନ୍ୟାୟ ଏମିତି ଯେ, ୨୦୧୨-୨୦୨୧ ମଧ୍ୟରେ ଦେଶର ୪୦ ପ୍ରତିଶତ ସଂପତ୍ତି କେବଳ ଏକ ପ୍ରତିଶତ ବ୍ୟକ୍ତିଙ୍କ ନିକଟକୁ ଚାଲିଗଲା। ୨୦୨୨ରେ ଆଦାନୀଙ୍କ ସଂପତ୍ତିରେ ୪୬ ପ୍ରତିଶତ ବୃଦ୍ଧି ଘଟିଲା। ଜିଏସଟିର ୫୦ ପ୍ରତିଶତ ୬୪ ପ୍ରତିଶତ ନିମ୍ନ ବର୍ଗଙ୍କଠୁ ଆସିଥିବା ବେଳେ ମାତ୍ର ୪ ପ୍ରତିଶତ ଜିଏସଟି ୧୦ ପ୍ରତିଶତ ଉଚ୍ଚ ବର୍ଗଙ୍କଠୁ ଆସିଛି।

ସିବଲ୍ କହିଛନ୍ତି ଆପଣ ଚିନ୍ତା କରୁଥିବେ ବିଜେପିର ସାମାଜିକ ନ୍ୟାୟ କେଉଁ ଭଳି ରହିଛି। ସିବଲଙ୍କ ଏହି ଟିପ୍ପଣୀ ପ୍ରଧାନମନ୍ତ୍ରୀଙ୍କ ବୟାନର ଗୋଟିଏ ଦିନ ପରେ ଆସିଛି। ପ୍ରଧାନମନ୍ତ୍ରୀ କହିଥିଲେ, ବିଜେପି ସାମାଜିକ ନ୍ୟାୟରେ ବିଶ୍ଵାସ କରେ ଏବଂ ଏହାର ପାଳନ ମଧ୍ୟ କରିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ