Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସକୁ ତିନି ଦିନରେ ତିନି ଝଟକା, ବିଜେପିରେ ମିଶିଲେ ସି ରାଜଗୋପାଳଚାରୀଙ୍କ ଅଣନାତି ସିଆର କେସବନ

ନୂଆଦିଲ୍ଲୀ: କଂଗ୍ରେସକୁ ତିନି ଦିନରେ ଲଗାତାର ତିନି ଝଟକା ଲାଗିଛି। ଗତକାଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନୀଙ୍କ ପୁଅ ପରେ ଆଜି ଦେଶର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ସି ରାଜଗୋପାଳଚାରୀଙ୍କ ଅଣନାତି ସିଆର କେସବନ ଶନିବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। କେସବନ ପ୍ରାୟ ଗୋଟିଏ ମାସ ପୂର୍ବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

କଂଗ୍ରେସରୁ ଇସ୍ତଫା ଦେବା ପରେ କେସବନ କହିଥିଲେ, ସେ ପାର୍ଟିର ରାଜନୈତିକ କାର୍ଯ୍ୟଶୈଳୀରେ ଖୁସି ନଥିଲେ। ପାର୍ଟି ଛାଡିବା ପରେ କଂଗ୍ରେସ ଉପରେ କୌଣସି ଟିପ୍ପଣୀ କରିବା ମୋ ଦ୍ଵାରା ଉଚିତ୍ ହେବନି। କଂଗ୍ରେସରେ ଯେଉଁ ଭଳି ଢଙ୍ଗରେ ରାଜନୀତି ଚାଲିଛି ସେଥିରେ ମୁଁ ନିଜକୁ ଅଣନିଃଶ୍ଵାସୀ ମନେ କଲି। ତେଣୁ କଂଗ୍ରେସ ଛାଡିବାର ନିଷ୍ପତ୍ତି ଠିକ୍ ଅଛି ବୋଲି କେସବନ କହିଥିଲେ।

ଏହା ପୂର୍ବରୁ ଶୁକ୍ରବାର ଅବିଭାଜିତ ଆନ୍ଧ୍ର ପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ବିଜେପିରେ ଯୋଗ ଦେଇଥିଲେ। ସେ ଦୀର୍ଘ ସମୟରୁ କଂଗ୍ରେସରୁ ଇସ୍ତଫା ଦେଇ ସାରିଥିଲେ। ବିଜେପିରେ ମିଶିବା ସମୟରେ କଂଗ୍ରେସ ନେତୃତ୍ଵ ଉପରେ ପ୍ରଶ୍ନ କରିଥିଲେ। ସେହି ଦିନ ହିଁ କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ ବିଜେପିରେ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ, ଭି ମୁରଲୀଧରଣ, କେରଳ ବିଜେପି ସଭାପତି ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ ବିଜେପି ସଦସ୍ୟତା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ