Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମାରଗୁଡାଠାରେ ବୁଢ଼ାରଜା ମହୋତ୍ସବ ଉଦଯାପିତ : ମନ ମୋହିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ସାମିଲ ହେଲେ ଲକ୍ଷାଧିକ ଦର୍ଶକ

କଳାହାଣ୍ଡି,୨୦/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କୁମାରଗୁଡ଼ାଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ବୁଢ଼ାରଜାଙ୍କ ବାର୍ଷିକ ପୂଜନୋତ୍ସବ ମହା ସମାରୋହରେ ସଂପନ୍ନ ହୋଇଯାଇଛି। ଅଞ୍ଚଳର ପରମ ଆରାଧ୍ୟ ବୁଢାରଜାଙ୍କ ପୂଜାର୍ଚ୍ଚନା ଅବସରରେ ପାଞ୍ଚଦିନ ବ୍ୟାପି କୁମାରଗୁଡ଼ା ଗାଁ ଲୋକାରଣ୍ୟ ହୋଇ ଉଠିଥିଲା। ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସମାଗମ ହେବା ସହିତ ପ୍ରତି ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର କୋଷାଧ୍ୟକ୍ଷ ପରେଶ ନାୟକ, ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ସାମ୍ବାଦିକ ତୁଳସୀରାମ ପ୍ରଧାନୀ, ମନୋଜ ଦୋରା, ଦେବାନନ୍ଦ ମାଝୀ, ସୁଶାନ୍ତ ମାଝୀ, ବିଜେଡି ଜିଲ୍ଲା ସଂପାଦକ ପାତ୍ର ମାଝୀ, ସମାଜସେବୀ ରାମଚନ୍ଦ୍ର ମୁଣ୍ଡଛିନା, ଲାଖବାହାଲି ପୂର୍ବତନ ସରପଞ୍ଚ ରାମତୁ ମାଝୀ, ଖଗେଶ୍ୱର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନର ରମେଶ ନାଏକ ଓ ସୁମନ୍ତ ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ରାମଚନ୍ଦ୍ର ମାଝୀ, ଧନିଆଁ ନାଏକ ରାଜେଶ ନାଏକ, ଈଶ୍ୱର ନାଏକ, ଭୀଷ୍ମ ମାଝୀ, ଶିବରାମ ନାଏକ, ହରିଶ ସାହୁ, ଅମରୀଲାଲ ସୀ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି ଅବସରରେ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ରକଷ୍ଟାର ରୁକୁ ସୁନା, ହାସ୍ୟ ଅଭିନେତା ଯୋଗେଶ ଯୋଯୋ, ପପୁ ପମପମଙ୍କ ସମେତ ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାକୁ ଲକ୍ଷାଧିକ ଦର୍ଶକ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ